ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ । ତାଙ୍କ ଘରେ ବର୍ତ୍ତମାନ ରେଡ ଚାଲିଛି । ସୁନ୍ଦରଗଡ ସିଭିଲ ସପ୍ଲାଏର ଜୁନିଅର ଆକାଉଣ୍ଟ ରବିନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ରେଡ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ସୁନ୍ଦରଗଡ ସମେତ ବାଲେଶ୍ୱର ଘର, ମଣ୍ଡପ ଏବଂ ଅଫିସରେ ବର୍ତ୍ତମାନ ରେଡ ଜାରି ରହିଛି । ପାଖାପାଖି ସେ ୨୦ ବର୍ଷ ଚାକିରି କରିସାରିଛନ୍ତି । ପୂର୍ବରୁ ବାରିପଦା, ବାଲେଶ୍ୱରରେ ତାଙ୍କ ନାଁରେ ବିଭିନ୍ନ ପ୍ରକାର ପିଟିସନ ଏବଂ ଅଭିଯୋଗ ରହିଥିଲା । ସେ ଅନୁସାରେ ତଦନ୍ତ କରାଯାଉଥିଲା । ଆଜି ମଧ୍ୟ ଚଢାଉ କରାଯାଇଛି । ଚଢାଉ ଏଯାଏଁ ଜାରି ରହିଛି ।










