30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଅନ୍ତର୍ଜାତୀୟ ଅପରାଧିକ କୋର୍ଟଙ୍କ ନିଷ୍ପତ୍ତି; ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା

ଅନ୍ତର୍ଜାତୀୟ ଅପରାଧିକ କୋର୍ଟଙ୍କ ନିଷ୍ପତ୍ତି; ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା

ହେଗ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ଅର୍ଥାତ୍ ଆଇସିସିର ୧୨୪ ସଦସ୍ୟ ରାଷ୍ଟ୍ରରେ ଯଦି ନେତାନ୍ୟାହୁ କିମ୍ବା ଗାଲାଣ୍ଟ ପ୍ରବେଶ କରିବାକୁ ଚାହାଁନ୍ତି ତେବେ ଉଭୟଙ୍କୁ ଗିରଫ କରାଯିବ। ଉଭୟଙ୍କ ବିରୋଧରେ ପାଲେଷ୍ଟାଇନ୍‌ର ଗାଜାଷ୍ଟ୍ରିପ୍ ଠାରେ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ଅପରାଧର ଅଭିଯୋଗ ଆସିଛି। ଆଇସିସି ନିଜ ରାୟରେ କହିଛନ୍ତି, ଇସ୍ରାଏଲର ଆବେଦନକୁ ପ୍ରତ୍ୟାଖ୍ୟାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି ଯେ ନେତାନ୍ୟାହୁ ଏବଂ ଗାଲାଣ୍ଟ “ଯୁଦ୍ଧର ପଦ୍ଧତି ଭାବରେ ଅନାହାରର ଅପରାଧ ପାଇଁ ଦାୟୀ ଅଟନ୍ତି”। ପ୍ରକାଶ, ପୂର୍ବରୁ ନେତାନ୍ୟାହୁଙ୍କ ଆବେଦନ ଆଇସିସି ଖାରଜ କରିସାରିଛି। ପ୍ରକାଶ, ଗତ ବର୍ଷ ଅକ୍ଟୋବରରେ ହମାସ ଲଢୁଆମାନେ ଇସ୍ରାଏଲରେ ପ୍ରବେଶ କରି ୧୦ରୁ ଅଧିକ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ୨୫୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରତିଶୋଧ ନେବାକୁ କହିଥିଲେ। ତେବେ ଏହି ପ୍ରତିଶୋଧର ନିଆଁରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇ ଶରଣାର୍ଥୀ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଇସ୍ରାଏଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଗାଜା ଷ୍ଟ୍ରିପ୍‌ରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲ୍ ସେନା ପକ୍ଷରୁ ନୀରିହ ଜନସାଧାରଣଙ୍କ ବାସସ୍ଥଳୀ, ହସ୍ପିଟାଲ ଓ ସ୍କୁଲ କଲେଜ୍‌ଗୁଡ଼ିକକୁ ମୁଖ୍ୟତଃ ଟାର୍ଗେଟ୍ କରାଯାଉଥିବା ବେଳେ ଏଥିରେ ହମାସ୍ ଉଗ୍ରବାଦୀଙ୍କ ଅପେକ୍ଷା ଅଧିକ ସଂଖ୍ୟ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଥିବା ପାଲେଷ୍ଟାଇନ୍ ପକ୍ଷରୁ ଅଭିଯୋଗ କରାଯାଇଛି। ଆଇସିସି କହିଛି ଯେ, ଗାଜାର ସାଧାରଣ ନାଗରିକଙ୍କୁ ଖାଦ୍ୟ, ଜଳ, ଔଷଧ, ଚିକିତ୍ସା ସାମଗ୍ରୀ ଏବଂ ଇନ୍ଧନ ଏବଂ ବିଦ୍ୟୁତରୁ ସେମାନେ ଉଦ୍ଦେଶ୍ୟମୂଳକ ତଥା ଜାଣିଶୁଣି ବଞ୍ଚିତ କରାଯାଇଛି।
ଏହି ମାମଲା ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି)ରେ ପହଞ୍ଚିଥିବା ବେଳେ ଏବେ ଆଇସିସିର ବଡ ନିଷ୍ପତ୍ତି ସାମ୍ନାକୁ ଆସିଛି। ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଗିରଫ ପରୱାନା ଜାରି କରିଛନ୍ତି ଆଇସିସି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତଙ୍କ ଆଦେଶକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖାରଜ କରିବା ସହ ଏହା ଘୃଣ୍ୟ, ଏବଂ ପକ୍ଷପାତିତା ବୋଲି କହିଛନ୍ତି। ସୂଚନାଯୋଗ୍ୟ ପ୍ରାୟ ବର୍ଷାଧିକ କାଳ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଆଞ୍ଚଳିକ ସଂଘର୍ଷର ରୂପ ନେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking