25.1 C
Bhubaneswar
Thursday, March 26, 2026
Homeଓଡିଶାଜେଏସପିର କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ୨୦୨୪

ଜେଏସପିର କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ୨୦୨୪

ନୂଆଦିଲ୍ଲୀ/ଭୁବନେଶ୍ଵର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାରେ ଥିବା ତାର ଖଣି ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଖଣି ନିରାପତ୍ତା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସର୍ବଭାରତୀୟ ଖଣି ନିରାପତ୍ତା ପୁରସ୍କାର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ବଡ଼ ଓପନ୍ କାଷ୍ଟ ମେଟାଲ ଖଣି ବର୍ଗରେ ଜେଏସପିର କାସିଆ ଲୁହାପଥର ଖଣି ଦ୍ୱିତୀୟ ଶ୍ରେଷ୍ଠ ପୁରସ୍କାର ହାସଲ କରିଥିବା ବେଳେ, ମଧ୍ୟମ ଓପନ୍ କାଷ୍ଟ ମେଟାଲ ଖଣି ବର୍ଗରେ ଟେନ୍ସା ଲୁହାପଥର ଖଣି ଦ୍ବିତୀୟ ପୁରସ୍କାର ହାସଲ କରିଛି । ସୂଚନାଯୋଗ୍ୟ, ଯୋଡ଼ା ଓ କୋଇଡା ଖଣି ଅଞ୍ଚଳରେ କେବଳ ଜେଏସପିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସାଂସଦ ତଥା ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି ଯେ, ଜେଏସପି ପାଇଁ ସୁରକ୍ଷା ହିଁ ପ୍ରଥମ। ଖଣି ନିରାପତ୍ତା ପୁରସ୍କାର ୨୦୨୪ ପାଇବା ଏକ ବଡ଼ ସମ୍ମାନ। ଏହି ପୁରସ୍କାର ଦ୍ୱୟ କାସିଆ ଏବଂ ଟେନସା ଖଣିରେ ନିରାପତ୍ତା ଉତ୍କର୍ଷତା ହାସଲ କରିବା ଏବଂ ସୁରକ୍ଷିତ କର୍ମକ୍ଷେତ୍ର ସୁନିଶ୍ଚିତ କରିବା ପାଇଁ  ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି  । ଆମ କାର୍ଯ୍ୟରେ ସର୍ବୋଚ୍ଚ ନିରାପତ୍ତା ମାନ ବଜାୟ ରଖିବା ପାଇଁ ଆମେ ସର୍ବୋତ୍ତମ ଅଭ୍ୟାସ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଖଣି ନିରାପତ୍ତା ମହାନିର୍ଦେଶକଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଅଗ୍ରଣୀ ଜାତୀୟ ସ୍ତରର କାର୍ଯ୍ୟକ୍ରମ ଖଣି ସୁରକ୍ଷା ପୁରସ୍କାର – ୨୦୨୪ର ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତରେ କୋଇଲା, ଧାତୁ ଏବଂ ତୈଳ ଓ ଗ୍ୟାସ ଖଣି କାର୍ଯ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ନିରାପତ୍ତା ବୃଦ୍ଧି କରିବା । ଜୁଲାଇ ୨୦୨୪ରେ ଅଲ୍ ଇଣ୍ଡିଆ ମାଇନ୍ସ ସେଫ୍ଟି ଆସୋସିଏସନ) ପକ୍ଷରୁ ଏହି ପୁରସ୍କାର ପାଇଁ ମୂଲ୍ୟାୟନ କରାଯାଇଥିଲା।

ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା, ନିୟମିତ ସୁରକ୍ଷା ସମୀକ୍ଷା, କର୍ମଚାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ, ଅତ୍ୟାଧୁନିକ ନିରାପତ୍ତା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଜେଏସପି ଅବିରତ ଭାବେ ଖଣି ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଆସିଛି। ଏହା ସହିତ କୌଣସି ଅପ୍ରତ୍ୟାଶିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ କମ୍ପାନି ଏକ ସୁଦୃଢ଼ ଆପତ୍ତକାଳୀନ ମୁକାବିଲା ବ୍ୟବସ୍ଥା (ଏମରଜେନ୍ସି ରେସପନ୍ସ ସିଷ୍ଟମ) ପ୍ରସ୍ତୁତ ରଖିଛି ।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking