ପୁରୀ: ପୁରୀ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ ଆଜିଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହାର ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ, ଉତ୍ତମ ମନ୍ତବ୍ୟ ରଖିବେ । ନଡ୍ଡାଙ୍କ ଠାରୁ ତାଲିମ ନେବେ ନେତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ତାଲିମ । ପ୍ରଶିକ୍ଷଣ ଶିବିର ଉଦଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜେ ପି ନଡ୍ଡା । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହେଉଛି ପ୍ରଶିକ୍ଷଣ ଶିବିର । ୨୦ ଜଣ ଲୋକସଭା ସାଂସଦ, ୩ ରାଜ୍ୟସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଭାଗ ନେଇଛନ୍ତି । ଏଥିସହିତ ବିଜେପିର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ସମସ୍ତ ପଦାଧିକାରୀ ଯୋଗ ଦେଇଛନ୍ତି ।