ଭୁବନେଶ୍ୱର : ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହାୟତା । ଦୁର୍ଘଟଣାରେ ମୃତ ଶିଲା ପଟ୍ଟନାୟକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଥାଉକି କିଛି ଦିନ ତଳେ ସାମ୍ବାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗ ସ୍କୁଟିରେ କୌଣସି କାମ ପାଇଁ ପୁରୀ ଅଭିମୁଖେ ବାହାରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଗ୍ରାମ୍ୟଛକ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ ସେମାନଙ୍କ ଉପରେ ଚଢିଯାଇ ଥିବାରୁ ଘଟଣାସ୍ଥଳରେ ହିଁ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ମଙ୍ଗଳପୁର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। । ଶୀଲାଙ୍କ ପରିବାର ଲୋକେ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିବା ସହ , ଗଣମାଧ୍ୟମ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ଉପୁଜିଥିବାବେଳେ ପିପିଲି ପୁଲିସ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ବଡ ପ୍ରଶ୍ନ ଉଠୁଛି ଯେ ରାସ୍ତା ଉପରେ ବାଲି କିଏ ପକାଇଥିଲା । ଯଦି ଆଜି ରାସ୍ତାରେ ବାଲି ପଡ଼ିନଥାନ୍ତା ତେବେ ୨ଟି ଅମୁଲ୍ୟ ଜୀବନ ରହିଥାନ୍ତା ।










