17.1 C
Bhubaneswar
Wednesday, February 11, 2026
Homeଅପରାଧପାକିସ୍ତାନରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ପେଶୱାର : ପାକିସ୍ତାନର ଉତ୍ତର-ପଶ୍ଚିମ ଦିଗରେ ଥିବା ଖାଇବର ପଖତୁନଖ୍ୱାବ ଅଞ୍ଚଳରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ମଙ୍ଗଳବାର ଦିନ ଗୁଳିକରି ହତ୍ୟା କରାଯାଇଛି। ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ଜଣେ ଖଦରଦାତାଙ୍କୁ ବିଚ୍‌ ବଜାରରେ ହତ୍ୟା କରିଛନ୍ତି। ତେବେ ଖବରଦାତାଜଣକ ହେଲେ ଖଲିଲ ଜିବ୍ରାନ। ସେ ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା ବେଳେ ଘର ପାଖରେ ହିଁ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି। ଏହି ଫାୟାରିଂରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି। ଏହି ଅଘଟଣ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରି ଦେଇଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ପତ୍ତା ମିଳି ନ ଥିବା ଜଣାଯାଇଛି। ଗତ ମାସରେ ମଧ୍ୟ ପ୍ରେସ୍‌ ଫ୍ରିଡମ ଦିବସରେ ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଏକ ବୋମା ବିସ୍ଫୋରଣ ହୋଇ ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking