17.1 C
Bhubaneswar
Tuesday, December 9, 2025
Homeଓଡିଶାସମରାଭ୍ୟାସ 'ସାଗର କବଚ ୨'

ସମରାଭ୍ୟାସ ‘ସାଗର କବଚ ୨’

ପାରାଦ୍ୱୀପ: ଓଡିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ‘ସାଗର କବଚ-୨’। ଆଜି ଭୋର ସମୟରୁ ଆରମ୍ଭ ହୋଇଛି ଦୁଇ ଦିନିଆ ସମରାଭ୍ୟାସ । ପାରାଦ୍ୱୀପ ସମୁଦ୍ର ତଟରେ ଆଜିଠୁ ଦୁଇ ଦିନିଆ ସମରାଭ୍ୟାସ ‘ସାଗର କବଚ: ୨’ । ନୌସେନା, କୋଷ୍ଟଗାର୍ଡ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା ଏହି ସମରାଭ୍ୟାସରେ ସାମିଲ ଅଛନ୍ତି । ବ୍ଲୁ ଓ ରେଡ ୨ ଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି । ଜଳପଥ ଦେଇ ଆସୁଥିବା ଆତଙ୍କବାଦୀଙ୍କୁ ପ୍ରତିହତ କରିବାକୁ ଚାଲିଛି ଏହି ସମରାଭ୍ୟାସ । ଉପକୂଳ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ପ୍ରତି ବର୍ଷ ଦୁଇ ଥର ହୋଇଥାଏ ସାଗର କବଚ । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଏହି ୱାର୍ ଗେମ୍ ହୋଇଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking