ଭୁବନେଶ୍ୱର: ବୋମା ଧମକ ଘଟଣାର ମିଳିତ ତଦନ୍ତ କରିବେ କମିଶନରେଟ୍ ପୋଲିସ ଓ କ୍ରାଇମବ୍ରାଞ୍ଚ । ମିଳିତ ତଦନ୍ତ ନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ସୂଚନା ଦେଇ ସେ କହିଛନ୍ତି ଯେ କେଉଁ ସୋର୍ସରୁ କୋର୍ଟକୁ ମେଲ୍ ଆସିଛି ତାହାର ତଦନ୍ତ କରାଯିବ । ସୂଚନାଥାଉକି, ଆଜି ସକାଳେ ୩ କୋର୍ଟକୁ ବୋମା ଧମକ ମିଳିଥିଲା । ସମ୍ବଲପୁର, କଟକ, ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲ।। ଇ- ମେଲ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ ଆସିଥିଲା । ଏନେଇ ସମ୍ବଲପୁର, ଦେବଗଡ କୋର୍ଟ ପରିସରରେ ଆଣ୍ଟି ବମ ସ୍କ୍ୱାଡ ଦ୍ୱାରା ଯାଞ୍ଚ କରାଯାଇଥିଲା । ଦେବଗଡ ଜିଲ୍ଲା ନ୍ୟାୟାଳୟରେ ୩ଟି ଆରଡିଏକ୍ସ ଥିବା ମେଲ ଆସିଥିଲା । କଟକ ଜିଲ୍ଲା ଜଜ କୋର୍ଟ, ହାଇକୋର୍ଟ ପରିସରକୁ ଖାଲି କରାଯାଇଥିଲା । କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଥିଲା । କିଏ ମେଲ କରିଥିଲା ସେନେଇ ପୋଲିସର ତଦନ୍ତ ଜାରି ରହିଛି ।









