ଭୁବନେଶ୍ୱର: ବିଜେଡି ସହ ହାତ ମିଶାଇବା କଂଗ୍ରେସର ବଡ ଭୁଲ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ପଦକ୍ଷେପକୁ ଭୁଲ କହିଲେ ମୋକିମ । ବିଜେଡି ସହ ହାତ ମିଶାଇବା କଂଗ୍ରେସ ପାଇଁ ବଡ କ୍ଷତିକାରକ । ମୋ ବିଚାରରେ ଏହା ବହୁତ ବଡ ଭୁଲ କହିଲେ ମହମ୍ମଦ ମୋକିମ । ୨୪ ବର୍ଷ କାଳ ବିଜେଡି କଂଗ୍ରେସକୁ ଦରମଲା କରିଛି । କଂଗ୍ରେସ କର୍ମୀଙ୍କୁ ଜେଲରେ ପୂରାଇଛି , ତା ସହ ହାତ ମିଶାଇବା ବଡ ଭୁଲ । ନିଜ ବିଧାୟକଙ୍କ ଉପରେ ଉଭୟ ମୁଖିଆଙ୍କ ବିଶ୍ୱାସ ଓ ଭରସା ନାହିଁ । ସେଥିପାଇଁ ବିଜେଡି ଓ କଂଗ୍ରେସ ହ୍ୱିପ ଜାରି କରିଛନ୍ତି ବୋଲି କହିଛନ୍ତି ମୋକିମ । ଏବେଠୁ କେଉଁ ବିଧାୟକଙ୍କ ଦେହ ଖରାପ ହେଲାଣି, ୧୬ ତାରିଖକୁ ଅପେକ୍ଷା କରନ୍ତୁ । ମୋ ଝିଅ ସୋଫିଆ ତା ଦଳର ନିଷ୍ପତ୍ତି ଅନୁଯାୟୀ ରାଜ୍ୟସଭା ଭୋଟ ଦେବ ।










