14.1 C
Bhubaneswar
Monday, January 12, 2026
Homeଓଡିଶାକାର୍ଯ୍ୟରେ ଯୋଗ ଦିଅନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

କାର୍ଯ୍ୟରେ ଯୋଗ ଦିଅନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ । ଆଲୋଚନା ଦ୍ୱାରା ସବୁ ସମାଧାନ ହେବ , ଆମ ସହ ଆଲୋଚନା କରନ୍ତୁ । ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନହେବ ଧ୍ୟାନ ଦିଅନ୍ତୁ । ସୂଚନାଥାଉକି , ଆଜି ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖିବେ ନାହିଁ । ୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଏବଂ ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା । ତେବେ ଏ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking