ଭୁବନେଶ୍ୱର: ବାଘୁଣୀ ଜିନ୍ନତକୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜିନ୍ନତ ଏବେ ସୁସ୍ଥ ଅଛି, ଘଞ୍ଚ ଜଙ୍ଗଲରେ ବୁଲୁଛି । ୩ ମାସର ଗର୍ଭବତୀ ଅଛି, ସ୍ୱତନ୍ତ୍ର ଟିମ ନଜର ରଖିଛନ୍ତି । ବାଘୁଣୀକୁ ନଜର ରଖିଛି କ୍ୟାମେରା । ସ୍ୱତନ୍ତ୍ର ନଜର ରଖିଛନ୍ତି ଶିମିଳିପାଲ କର୍ତ୍ତୁପକ୍ଷ । ବାଘୁଣୀ ଛୁଆ ଜନ୍ମ କଲେ ବନ ବିଭାଗକୁ ବଡ ସଫଳତା ।