31.1 C
Bhubaneswar
Saturday, February 7, 2026
Homeଓଡିଶାଜିନ୍ଦଲ ଷ୍ଟିଲ ଦ୍ୱାରା ଅନୁଗୁଳରେ ଭାରତର ଅନ୍ଯତମ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ

ଜିନ୍ଦଲ ଷ୍ଟିଲ ଦ୍ୱାରା ଅନୁଗୁଳରେ ଭାରତର ଅନ୍ଯତମ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ

ଅନୁଗୁଳ: ପ୍ରସିଦ୍ଧ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟରେ ଦେଶର ଅନ୍ଯତମ ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ସାକାର କରିବାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଭଗବତୀ ସୁଭଦ୍ରିକା ବ୍ଲାଷ୍ଟ ଫର୍ଣ୍ଣେସ୍-୨ ନାମରେ ନାମିତ ଏହି ପ୍ଲାଣ୍ଟର ହଟ୍ ମେଟାଲ ଉତ୍ପାଦନ କ୍ଷମତା ବାର୍ଷିକ ୪ ନିୟୁତ ଟନ ରୁ ବାର୍ଷିକ ୯ ନିୟୁତ ଟନ କୁ ବୃଦ୍ଧି ପାଇଛି। ଏହା ଦ୍ବାରା ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟକୁ ଏକ ସ୍ଥାନରେ ସଂଚାଳିତ ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା ହୋଇପାରିଛି ।

ଅନୁଗୁଳରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହି ପ୍ଲାଣ୍ଟକୁ ଉଦଘାଟନ କରିଥିଲେ। ୫,୪୯୯ ଘନ ମିଟର ଉପଯୋଗୀ ଆୟତନ ସହିତ, ଏହି ଫର୍ଣ୍ଣେସ୍ ବିଶ୍ୱର ସବୁଠାରୁ ବଡ଼ ଏବଂ ଉନ୍ନତ ବ୍ଲାଷ୍ଟ ଫର୍ଣ୍ଣେସ୍ ମଧ୍ୟରୁ ଗୋଟିଏ । ଅତ୍ୟାଧୁନିକ ସ୍ୱୟଂଚାଳିତତା, ଦୃଢ଼ ସୁରକ୍ଷା ଏବଂ ବର୍ଦ୍ଧିତ କ୍ଷମତା ସହିତ, ଭଗବତୀ ସୁଭଦ୍ରିକା ବ୍ଲାଷ୍ଟ ଫର୍ଣ୍ଣେସ୍-୨ ନୂତନ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବା ପାଇଁ ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଏହି ଅବସରରେ ନବୀନ ଜିନ୍ଦଲ କହିଛନ୍ତି, ” ଅନୁଗୁଳରେ ଭଗବତୀ ସୁଭଦ୍ରିକା ବ୍ଲାଷ୍ଟ ଫର୍ଣ୍ଣେସ୍-୨ର ଶୁଭାରମ୍ଭ ଜିନ୍ଦଲ ଷ୍ଟିଲ୍ ଏବଂ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଅନୁଗୁଳ ଇସ୍ପାତ କାରଖାନାର କ୍ଷମତାକୁ ବାର୍ଷିକ ୧୨ ନିୟୁତ ଟନକୁ ଦ୍ୱିଗୁଣିତ କରି, ଆମେ ଆମର ବିଶ୍ୱସ୍ତରୀୟ ପ୍ରତିସ୍ପର୍ଦ୍ଧାକୁ ସୁଦୃଢ କରିବା ସହିତ ‘ଆତ୍ମନିର୍ଭର ଭାରତ’ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରୁଛୁ ।  ଓଡିଶାର ସମୃଦ୍ଧ ସଂସ୍କୃତିରେ ନିହିତ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ, ଏହି ଫର୍ଣ୍ଣେସ ପାରମ୍ପରିକତା ଓ ନବୀନତାଙ୍କୁ ଏକୀକରଣ କରିବାରେ ଆମର ଦୃଷ୍ଟିକୋଣର ପ୍ରତୀକ ।”

ଏହି ବ୍ଲାଷ୍ଟ ଫର୍ଣ୍ଣେସର ଶୁଭାରମ୍ଭ ଜିନ୍ଦଲ ଷ୍ଟିଲର ଦୀର୍ଘକାଳୀନ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ସହିତ, ଅନୁଗୁଳ ପ୍ଲାଣ୍ଟ ଏବେ କମ୍ପାନୀର ସମ୍ପ୍ରସାରଣ ପାଇଁ ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଭବିଷ୍ୟତର ବିକାଶ ପ୍ରକଳ୍ପଗୁଡ଼ିକରେ ପାରାଦୀପରେ ଏକ ବନ୍ଦର, ଏକ ସ୍ଲରି ଏବଂ କୋଇଲା ପାଇପଲାଇନ, ଶ୍ରୀଭୂମି ପାୱାର ପ୍ଲାଣ୍ଟ ଏବଂ ଏକ ନୂତନ କୋକ୍ ଓଭନ୍ ପ୍ଲାଣ୍ଟ ଅନ୍ତର୍ଭୁକ୍ତ। ଏକତ୍ରିତ ଭାବରେ, ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳକୁ ଜିନ୍ଦଲ ଷ୍ଟିଲର ବିଶ୍ୱ ପ୍ରସାରଣ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାନିତ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking