24.1 C
Bhubaneswar
Tuesday, February 10, 2026
Homeଓଡିଶାଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଓଡ଼ିଶାରେ ଶିଳ୍ପ ଓ ସାମାଜିକ ବିକାଶ ପାଇଁ ଆହୁରି ୭୦...

ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଓଡ଼ିଶାରେ ଶିଳ୍ପ ଓ ସାମାଜିକ ବିକାଶ ପାଇଁ ଆହୁରି ୭୦ ହଜାର କୋଟି ଟଙ୍କା ନିବେଶ କରିବ

–      କେନ୍ଦୁଝର ଜିଲ୍ଲାରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ପ୍ରୟାସ
–      ଗତ ଦଶନ୍ଧି ମଧ୍ୟରେ ଓଡ଼ିଶାର ସାମାଜିକ ବିକାଶ କ୍ଷେତ୍ରରେ ₹ ୯୦୦ କୋଟି ନିବେଶ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସପି) ଆଗାମୀ ବର୍ଷରେ ଓଡ଼ିଶାରେ ଆହୁରି ₹୭୦,୦୦୦ କୋଟି ନିବେଶ କରିବାକୁ ଏକ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି, ଯାହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ – ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଏହି ଘୋଷଣା କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୋଦି ଏହି କନକ୍ଳେଭକୁ ଉଦ୍ଘାଟନ କରିଥିଲେ।

ଓଡ଼ିଶାବାସୀଙ୍କ ବିକାଶ ସହ ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ। ଏହି ଅତିରିକ୍ତ ୭୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ କେବଳ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଓଡ଼ିଶାର ହଜାର ହଜାର ପରିବାରର ଜୀବନଧାରଣର ମାନରେ ଉନ୍ନତି ଆଣିବ ଏବଂ ଭାରତକୁ ଅଧିକ ଆତ୍ମନିର୍ଭରଶୀଳ କରିବ ବୋଲି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି। ଏହା ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦୁଝର ଜିଲ୍ଲାରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଆମେ ପ୍ରୟାସ କରୁଛୁ ବୋଲି ଶ୍ରୀ ଜିନ୍ଦଲ କହିଥିଲେ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ ଉପରେ ଆଲୋକପାତ କରାଯିବା ସହ ନିରନ୍ତର ବିକାଶ ହାସଲ ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ର ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଜେଏସପି ପୂର୍ବରୁ ଅନୁଗୁଳରେ ଇସ୍ପାତ ଉତ୍ପାଦନ ପାଇଁ ଭାରତର ପ୍ରଥମ କୋଲ ଗ୍ୟାସିଫିକେସନ୍ ପ୍ଲାଣ୍ଟ ପରିଚାଳନା କରୁଛି, ଯାହା ପରିବେଶ ଅନୁକୂଳ ହେବ ସହିତ ଆମଦାନୀ ହେଉଥିବା କୋକିଂ କୋଲ ଉପରେ ନିର୍ଭରଶୀଳତା କମ୍ କରିପାରିଛି । ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ଚଳିତ ବର୍ଷ ଦ୍ୱିଗୁଣିତ ହୋଇ ବାର୍ଷିକ ୬ ନିୟୁତ ଟନରୁ ବାର୍ଷିକ ୧୨ ନିୟୁତ ହେବ ଏବଂ ୨୦୩୦ ସୁଦ୍ଧା ଏହା ବାର୍ଷିକ ୨୫.୨ ନିୟୁତ ଟନରେ ପହଞ୍ଚିବ, ଯାହା ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ହେବ । କାରଖାନା ବ୍ୟତୀତ ଜେଏସପି ଓଡ଼ିଶାର ସାମାଜିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଆସୁଛି । ଗତ ଏକ ଦଶନ୍ଧି ମଧ୍ୟରେ କମ୍ପାନୀ ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ଗ୍ରାମୀଣ ଜୀବିକା, କ୍ରୀଡ଼ା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ସାମାଜିକ ପଦକ୍ଷେପ ପାଇଁ ୯୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି । ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିଭିନ୍ନ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking