25.1 C
Bhubaneswar
Thursday, February 5, 2026
Homeଓଡିଶାକ୍ରମାଗତ ୧୧ତମ ବର୍ଷ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା

କ୍ରମାଗତ ୧୧ତମ ବର୍ଷ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା

– ନବଯୌବନ ଦର୍ଶନ ଠାରୁ ଆଜି ପର୍ଯ୍ୟନ୍ତ ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ

– ସୁନାବେଶ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ୨୦ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ ଲକ୍ଷ୍ୟ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ୍ ଲଗାତାର ୧୧ତମ ବର୍ଷ ପାଇଁ ପୁରୀରେ ରଥଯାତ୍ରାର ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛି । ଏହି ବର୍ଷ, ନବଜୌବନ ଦର୍ଶନ ଦିନଠାରୁ ଆଜି ପର୍ଯ୍ୟନ୍ତ ୧୦ ଲକ୍ଷରୁ ଲକ୍ଷରୁ ଅଧିକ ଦେୟମୁକ୍ତ ସତେଜ ରନ୍ଧା ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇ ସାରିଛି । ପବିତ୍ର ସୁନାବେଶ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇବା ଲକ୍ଷ୍ୟ ରଖି ଏହି ସେବା ଜାରି ରହିଛି ।

ସର୍ବାଧିକ ସଂଖ୍ୟକ ଲୋକଙ୍କ ନିକଟରେ ସେବା ପହଞ୍ଚିବା ପାଇଁ ପୁରୀ ରେଳ ଷ୍ଟେସନ ନିକଟରେ ଏବଂ ଗୁଣ୍ଡିଚା ମନ୍ଦିର ନିକଟ ବସ୍ ଷ୍ଟାଣ୍ଡରେ ଦୁଇଟି ବିଶାଳ ଖାଦ୍ୟ ବଣ୍ଟନ ଷ୍ଟଲ ସ୍ଥାପନ କରାଯାଇଛି । ପାରମ୍ପରିକ ଓଡ଼ିଆ ଖାଦ୍ୟ ଭାତ, ଡାଲମା ଏବଂ ଖଟା ଭକ୍ତମାନଙ୍କୁ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନରେ ପରିଚ୍ଛନ୍ନତା ଏବଂ ନିରାପତ୍ତା ମାନଦଣ୍ଡ ପାଳନ ନିମନ୍ତେ ଫାଉଣ୍ଡେସନ୍ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି । ରାନ୍ଧିବା, ପରିବହନ ଏବଂ ବଣ୍ଟନକୁ ଅତ୍ୟନ୍ତ ଯତ୍ନ ଏବଂ ନିଷ୍ଠାର ସହିତ ପରିଚାଳନା କରିବା ପାଇଁ ୧୫୦ ରୁ ଅଧିକ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀ ସଦସ୍ୟ ଦିନରାତି କାମ କରୁଛନ୍ତି। ବସ୍ ଷ୍ଟାଣ୍ଡରେ ଥିବା ଷ୍ଟଲକୁ ମାନ୍ୟବର ସାଂସଦ (ପୁରୀ) ଡକ୍ଟର ସମ୍ବିତ ପାତ୍ର ଉଦଘାଟନ କରିଥିଲେ। ଜିନ୍ଦଲ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରି ଡକ୍ଟର ପାତ୍ର କହିଥିଲେ, “ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବା ଜିନ୍ଦଲ ଫାଉଣ୍ଡେସନର ପଦକ୍ଷେପ ଭାରତୀୟ ସଂସ୍କୃତିର ଆତ୍ମାକୁ ପ୍ରତିଫଳିତ କରେ – ଯେଉଁଠାରେ ତୀର୍ଥଯାତ୍ରୀଙ୍କ ସେବାକୁ ଈଶ୍ୱରୀୟ ସେବା ଭାବରେ ବିବେଚନା କରାଯାଏ। ଏହି ମହାନ ଉଦ୍ଦେଶ୍ୟ ପ୍ରତି ସେମାନଙ୍କର ୧୧ ବର୍ଷର ନିରନ୍ତର ସମର୍ପଣକୁ ମୁଁ ପ୍ରଶଂସା କରୁଛି।”

ପୁରୀ ରେଳ ଷ୍ଟେସନ ନିକଟରେ ଥିବା ଷ୍ଟଲକୁ ଏଡିଆରଏମ ଶ୍ରୀ ଡି.କେ. ବେହେରା, ବରିଷ୍ଠ ଏସଡିଏମ SDM ଶ୍ରୀ ଅନିଲ କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଅତିରିକ୍ତ ଡିଭିଜନାଲ ରେଳ ପ୍ରବନ୍ଧକ ଶ୍ରୀ ଡି.କେ. ବେହେରା କହିଛନ୍ତି “ଜିନ୍ଦଲ ଫାଉଣ୍ଡେସନ ଖାଦ୍ୟ ସେବାରେ ଏପରି ପରିମାଣ, ପରିଷ୍କାର ପରିଚ୍ଛନ୍ନତା ଏବଂ ମର୍ଯ୍ୟାଦା କିପରି ବଜାୟ ରଖିଛି ତାହା ଉଲ୍ଲେଖନୀୟ”। ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଆସିଥିବା କୌଣସି ଭକ୍ତ ଯେପରି ଭୋକିଲା ନ ରୁହନ୍ତି ତାହା ନିଶ୍ଚିତ କରିବା ପାଇଁ ଗତ ୧୧ ବର୍ଷ ଧରି ଆମର ପ୍ରୟାସ ଜାରି ରହିଛି । ଭାରତର ଏହି ମହାନ ଆଧ୍ୟାତ୍ମିକ ପର୍ବ ଅବସରରେ ସେବା ପ୍ରଦାନର ସୁଯୋଗ ପାଇଁ ଆମେ ମହାପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଉଛୁ।”

ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ, ଜିନ୍ଦଲ ଫାଉଣ୍ଡେସନ୍ ୨୦୧୫ ମସିହାରୁ ରଥଯାତ୍ରା ମହୋତ୍ସବ ସମୟରେ ଭକ୍ତମାନଙ୍କୁ ସେବା କରିଆସୁଛି । ୨୬ ଜୁନ୍ ୨୦୨୫ ରେ ନବଯୌବନ ଦର୍ଶନ ଦିନ ଆରମ୍ଭ ହୋଇଥିବା ଏହି ସେବା ୬ ଜୁଲାଇ ୨୦୨୫ ରେ ସୁନାବେଶ ପର୍ଯ୍ୟନ୍ତ ଜାରି ରହିବ। ଖାଦ୍ୟ ସେବା ବ୍ୟତୀତ, ଜିନ୍ଦଲ ଫାଉଣ୍ଡେସନ ଭକ୍ତମାନଙ୍କ ପାଇଁ ଦଶ ହଜାର ଓଆରଏସ ପକେଟ ବଣ୍ଟନ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ଆଗଧାଡ଼ିର ସ୍ବେଛାସେବୀଙ୍କ ସହାୟତା ପାଇଁ, ଫାଉଣ୍ଡେସନ ୬୦୦ ରେନକୋଟ୍ ମଧ୍ୟ ପ୍ରଦାନ କରିଛି । ଭକ୍ତମାନଙ୍କୁ ପାଣି ବଣ୍ଟନ ପାଇଁ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ତିନୋଟି ଥଣ୍ଡା ପାନୀୟ ଜଳ ଯାନ ନିୟୋଜିତ କରାଯାଇଛି । ପବିତ୍ର ରଥଯାତ୍ରାକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ଫାଉଣ୍ଡେସନ, ଜିଲ୍ଲା ପ୍ରଶାସନକୁ ୫୦ଟି ବାୟୋ-ଟଏଲେଟ୍ ଯୋଗାଇଦେଇଛି । ବିଗତ ବର୍ଷ ଗୁଡିକରେ ମଧ୍ୟ ଏହି ସୁବିଧାମାନ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking