33.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶଝିଆରୀକୁ ବିବାହ ଡେପୁଟି କମିଶନରଙ୍କୁ ମହଙ୍ଗା ପଡ଼ିଲା

ଝିଆରୀକୁ ବିବାହ ଡେପୁଟି କମିଶନରଙ୍କୁ ମହଙ୍ଗା ପଡ଼ିଲା

ବେଗୁସରାଇ: ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କରିବା ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନରଙ୍କୁ ମହଙ୍ଗା ପଡ଼ିଛି । ଡେପୁଟି କମିଶନର ଶିବ ଶକ୍ତି କୁମାର (୩୧)ଙ୍କ ଏହି ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖା ଦେଇଥିଲା । ଡେପୁଟି କମିଶନରଙ୍କ ଏଭଳି ବିବାହକୁ ନେଇ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ପ୍ରକାଶ ଯେକୌଣସି ସୂଚନା ବିନା ଶିବ ଶକ୍ତି କୁମାର ଫେରାର ହୋଇଯାଇଛି । ସେ ତାଙ୍କ ପଦରେ ଅପବ୍ୟବହାର କରିଛନ୍ତି । ବିହାର ସରକାରୀ ସେବକ ଆଚାର ନିୟମାବଳୀର ନିୟମ ୩(୧) ଭଙ୍ଗ କରିଛନ୍ତି । ତେଣୁ ଶିବ କୁମାରଙ୍କୁ ନିଲମ୍ବିତ କରାଯାଇଛି ।

ନିଲମ୍ବିତ ପୂର୍ବରୁ ଶିବ ଶକ୍ତି କୁମାର ବେଗୁସରାଇ ମ୍ୟୁନିସିପାଲ କର୍ପୋରେସନରେ ଡେପୁଟି କମିଶନର ଭାବରେ କାର୍ଯ୍ୟ କରିଥିଲେ । ସେ ଚଳିତ ମାସ ୧୦ ଅଗଷ୍ଟରେ ବୈଶାଳୀସ୍ଥିତ ଘରକୁ ଯାଇଥିଲେ । ଏହାପରେ ସେ ସଜଲଙ୍କୁ ଭେଟିବାକୁ ଅଫିସକୁ ଆସିଥିଲେ । କିଛି ସମୟ ପରେ ଦୁହେଁ ଯାଇଥିଲେ । ପରେ ଜଣାପଡିଥିଲା ଯେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ଅଛି । ସଜଲ ଶିବଙ୍କ ସମ୍ପର୍କରେ ଝିଆରୀ ଲାଗିବେ କିନ୍ତୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିବ ଶକ୍ତି କୁମାର ୨୪ବର୍ଷୀୟ ସଜନ ସିନ୍ଧୁଙ୍କୁ ବିବାହ କରିଛନ୍ତି । ଏହି ବିବାହ ପରେ ସଜନ ଏକ ଭିଡିଓ ଜରିଆରେ କହିଥିିଲେ,୧୦ବର୍ଷର ଭଲ ପାଇବା ପରେ ଆମେ ବିବାହ କରିଛୁ । ଏହି ବିବାହକୁ ମୋର କି ମୋ ସ୍ୱାମୀଙ୍କ ପରିବାରଲୋକ ସମର୍ଥନ କରୁ ନାହାନ୍ତି । ସ୍ୱାମୀ ୨ମାସ ହେବ ନୂଆ କରି ଚାକିରି କରୁଛନ୍ତି । ଆମର ଏହି ବିବାହ ହେତୁ ସ୍ୱାମମୀଙ୍କ ଚାକିରି ସହିତ ବୈବାହିକ ଜୀବନ ପ୍ରତି ବିପଦ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking