24.1 C
Bhubaneswar
Monday, February 9, 2026
Homeଓଡିଶାଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ

ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ ହୋଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ୯୧ଜଣ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋ ଏୟାର ବସ୍ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଏଥିରେ ୧୮୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ। ଏହି ବିମାନ ସପ୍ତାହର ସବୁଦିନ ଚଳାଚଳ କରିବ ବୋଲି ଜଣାଯାଇଛି।

ଝାରସୁଗୁଡ଼ା ବିମାନବନ୍ଦରରୁ ତୃତୀୟ ରୁଟ୍ ଭାବେ ରାୟପୁରକୁ ଗତ ମାସ ୨ ତାରିଖରେ ବିମାନ ସେବା ଆରମ୍ଭ କରିଥିଲା ଷ୍ଟାର୍ ଏୟାର୍। ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଷ୍ଟାର୍ ଏୟାର୍ର ଷ୍ଟେସନ୍ ମ୍ୟାନେଜର ଓ ବିମାନବନ୍ଦର କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୀପ ପ୍ରଜ୍ବଳନ, କେକ୍ କାଟିବା ପରେ ପ୍ରଥମ ଯାତ୍ରୀଙ୍କୁ ବୋର୍ଡିଂ କାର୍ଡ ପ୍ରଦାନ କରାଯାଇଥିଲା।

ପ୍ରଥମ ଦିନରେ ରାୟପୁରକୁ ୪୯ ଜଣ ଯାତ୍ରା କରିଥିଲେ। ଝାରସୁଗୁଡ଼ା-ରାୟପୁର-ଝାରସୁଗୁଡ଼ା ରୁଟ୍ରେ ଏହି ବିମାନ ସେବା ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ରବିବାର ଚଳାଚଳ କରୁଛି। ଏଣେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଅଭିମୁଖେ ଷ୍ଟାର୍ ଏୟାର୍ ନିଜର ସେବା ଆରମ୍ଭ କରିଥିଲା। ଏହା ପୂର୍ବରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦ ରୁଟ୍ରେ ଏହି ସଂସ୍ଥା ବିମାନ ସେବା ଆରମ୍ଭ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking