ଝାରସୁଗୁଡା : ଝାରସୁଗୁଡା ହତ୍ୟାକାଣ୍ଡକୁ ନେଇ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୋକ୍ସୋ ଆଇନରେ ମାମଲା ହେବା ପରେ ଅଭିଯୁକ୍ତ କୁନୁ କିଷାନରେ ଜାରି ହୋଇଥିଲା ଏନବିଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରୱାନା । ଯହା ବିରୋଧରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲା ଅଭିଯୁକ୍ତ । ହାଇକୋର୍ଟଙ୍କ ପକ୍ଷରୁ ଶୁଣାଣି କରାଯାଇ ଡିସେମ୍ବର ୧୫ ତାରିଖ ସୁଦ୍ଧା ପୋକ୍ସୋ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ କରାଯାଇଥିଲା । ପୋକ୍ସୋ ଆଇନରେ ଗିରଫ ହୋଇଥିଲେ ମଧ୍ୟ କୁନୁ କିଷାନ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲେ ମଧ୍ୟ କେମିତି ଜାମିନ ମିଳିଲା ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି ।