26.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଠକେଇ ମାମଲାରେ ଝାଡଖଣ୍ଡ ହାଇକୋର୍ଟଙ୍କ ଧୋନିଙ୍କୁ ନୋଟିସ

ଠକେଇ ମାମଲାରେ ଝାଡଖଣ୍ଡ ହାଇକୋର୍ଟଙ୍କ ଧୋନିଙ୍କୁ ନୋଟିସ

ରାଞ୍ଚି  : ମହେନ୍ଦ୍ର ସିଂ ଧୋନିଙ୍କୁ ଝାଡଖଣ୍ଡ ହାଇକୋର୍ଟ ନୋଟିସ ଜାରି କରିଛନ୍ତି ।  ନଭେମ୍ବର ୧୨ରେ ଏହି ନୋଟିସ ଗ୍ରହଣ କରିଛନ୍ତି  । ଠକେଇ ମାମଲାରେ ତାଙ୍କ ଜବାବ ରଖିବା ପାଇଁ ନୋଟିଲରେ ନିର୍ଦ୍ଦେଶ ଦିଆଯାଇଛି । ଧୋନିଙ୍କ ପୂର୍ବତନ ଅଂଶୀଦାର ମିହିର ଦିୱାକର ଏବଂ ସୋମିଆ ଦାସ, ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡରେ ନିବେଶକ ଅଟନ୍ତି। ଧୋନି ତାଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଛନ୍ତି। ଧୋନି ଜାନୁଆରୀ ୫ରେ ଏହି ମାମଲା ଦାୟର କରିଥିଲେ। ଧୋନିଙ୍କ ସମାନ ଅଭିଯୋଗ ବିରୋଧରେ ମିହିର ଏବଂ ସୋମିଆ ମଧ୍ୟ ଏକ ପିଟିସନ ଦାଖଲ କରିଥିଲେ।ପୂର୍ବତନ ଭାରତୀୟ ଅଧିନାୟକ ଧୋନିଙ୍କ  ବ୍ୟବସାୟିକ ସହଯୋଗୀ ଭାବେ ଜଣାଶୁଣା ସୋମିଆ ଦାସ ଏବଂ ମିହିର ଦିୱାକର ଧୋନିଙ୍କ ଜଣେ ଭଲ ବନ୍ଧୁ ମଧ୍ୟ । ଏହି ବର୍ଷ ଜାନୁଆରୀରେ ଧୋନି ଅଭିଯୋଗ କରିଥିଲେ ଯେ ଉଭୟେ ତାଙ୍କ ନାମର ଅପବ୍ୟବହାର କରି ୧୫ କୋଟି ଟଙ୍କା ଠକେଇ କରିଛନ୍ତି  ।ଅନ୍ୟପଟେ ମିହିର ଦିୱାକର ଏବଂ ସୋମିଆ ଦାସ ଏହି ଘଟଣାରେ ଝାଡଖଣ୍ଡ ହାଇକୋର୍ଟଙ୍କ ନିକଟକୁ ଯାଇ ସେଠାରେ ରାଞ୍ଚିର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ସମାନ ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking