19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶକୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ଝାଡଖଣ୍ଡ ସରକାର

କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ଝାଡଖଣ୍ଡ ସରକାର

ରାଞ୍ଚି: ଝାଡ଼ଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍ ପୂର୍ବରୁ ରାଜ୍ୟ ସରକାର (ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମିଳିତ ସରକାର) କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିଛନ୍ତି। ଗୁରୁବାର ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ‘କିଷାନ ସମ୍ମିଳନୀ’ରେ ଯୋଗଦେବା ଅବସରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରୀ ଟ୍ରେଜେରୀରୁ ୧ ଲକ୍ଷ ୭୬ ହଜାର ୯୭୭ ଚାଷୀଙ୍କ ଋଣ ପରିମାଣ ସରକାରୀ ଟ୍ରେଜେରୀକୁ ଟ୍ରନ୍ସଫର କରିଛନ୍ତି। ଋଣ ଛାଡ ଯୋଜନା ଅଧୀନରେ ଋଣ ଆକାଉଣ୍ଟକୁ ମୋଟ ୪୦୦.୬୬ କୋଟି ଟଙ୍କା ଟ୍ରନ୍ସଫର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଏକଜୁଟ୍ ହୋଇଥିବା ଚାଷୀଙ୍କୁ ସମ୍ବୋଧିତ କରି ହେମନ୍ତ ସୋରେନ କହିଛନ୍ତି ଯେ କୃଷକ, ଶ୍ରମିକ, ମହିଳା, ଆଦିବାସୀ ଏବଂ ପଛୁଆ ବର୍ଗର ସ୍ୱାର୍ଥରେ ଆମ ସରକାର ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି।
ସେହିପରି ନିଜ ଜେଲ୍ ଯିବା ସମ୍ପର୍କରେ କହିବାକୁ ଯାଇ ହେମନ୍ତ କହିଛନ୍ତି, ଯେତେବେଳେ ତାଙ୍କ ସରକାର ରାଜ୍ୟର ଗରିବ, କୃଷକ ଏବଂ ମହିଳାଙ୍କ ପାଇଁ କାମ କରୁଛନ୍ତି, କିଛି ଲୋକ ଏଥିରେ ବାଧା ସୃଷ୍ଟି କରିବାକୁ ଷଡଯନ୍ତ୍ର କରୁଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଏକ ମିଥ୍ୟା ଅଭିଯୋଗରେ ଜେଲରେ ରଖାଯାଇଥିଲା, କିନ୍ତୁ ଲୋକଙ୍କ ଆଶୀର୍ବାଦ ସହିତ ସେ ପୁଣି ଥରେ ଲୋକଙ୍କ ଗହଣକୁ ଫେରିଆସିଛନ୍ତି। ରାଜ୍ୟବାସୀଙ୍କ ମୁହଁରେ ହସ ଆଣିବା ପାଇଁ ସେ ଏବଂ ତାଙ୍କ ସରକାର କାର୍ଯ୍ୟ ଜାରି ରଖିବୁ। କୃଷକ ସମ୍ମିଳନୀରେ ଉପସ୍ଥିତ ଥିବା ମନ୍ତ୍ରୀ ଡକ୍ଟର ରମେଶ୍ୱର ଓରନ, ଦୀପିକା ପାଣ୍ଡେ ସିଂ, ସତ୍ୟାନନ୍ଦ ଭୋକ୍ତା ମଧ୍ୟ ନିଜ ସମ୍ବୋଧନ ରଖିଛନ୍ତି।
ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏବେ ନିଜ ବ୍ୟବସାୟୀ ତଥା ଶିଳ୍ପପତି ବନ୍ଧୁଙ୍କ କୋଟି କୋଟି କୋଟି ଋଣ ଛାଡ କରୁଥିବା ବେଳେ କୃଷକଙ୍କ ଫସଲ ଉପରେ ଏମ୍‌ଏସ୍‌ପି ବୃଦ୍ଧି, ବୃଦ୍ଧା ଏବଂ ବୃଦ୍ଧଙ୍କୁ ପେନ୍‌ସନ୍ ଦେବା ପାଇଁ, ଗରିବ ତଥା ଅଭାବୀ ମାନଙ୍କ ପାଇଁ, ଆର୍ôଥକ ଦୃଷ୍ଟିରୁ ମହିଳାମାନଙ୍କୁ ସଶକ୍ତ କରିବା ଯୋଜନା ପ୍ରସ୍ତୁତ କରିବାକୁ ସମ୍ବଳ (ପାଣ୍ଠି) ନଥିବା କହୁଛନ୍ତି। ସେହିପରି କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କହିବାକୁ ଯାଇ ହେମନ୍ତ କହିଛନ୍ତି, ଯେତେବେଳେ କୃଷକ ଓ ଶ୍ରମିକମାନେ ଏକାଠି ହୋଇ ଲଢିବାକୁ ଆସନ୍ତି, ସେତେବେଳେ ସମସ୍ତଙ୍କୁ ସେମାନଙ୍କ ଆଗରେ ନଇଁବାକୁ ପଡିବ। ଯେତେବେଳେ ଜନସାଧାରଣ ସେମାନଙ୍କୁ ଭୋଟ୍ ଦିଅନ୍ତି ନାହିଁ, ସେତେବେଳେ ଅର୍ଥ ଶକ୍ତି ସାହାଯ୍ୟରେ ସେମାନେ ଅନ୍ୟ ଦଳର ବିଧାୟକ ଏବଂ ସାଂସଦ କିଣିନେଇ ସରକାର ଗଠନ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking