21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଝାନସୀ  ଅଗ୍ନିକାଣ୍ଡ : ୧୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ

ଝାନସୀ  ଅଗ୍ନିକାଣ୍ଡ : ୧୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ଝାନ୍‌ସିରେ ଥିବା ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍  ଭୟାଭୟ ଅଗ୍ନିକାଣ୍ଡ ଘଟି ୧୦ଟି ନବଜାତ ଶିଶୁଙ୍କର ମୃତ୍ୟୁ ଘଟିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଶିଶୁଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଉତ୍ତରପ୍ରଦେଶର ଝାନ୍‌ସିରେ ଥିବା ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଭୟାଭୟ ଅଗ୍ନିକାଣ୍ଡ ଘଟି ୧୦ଟି ନବଜାତ ଶିଶୁଙ୍କର ମୃତ୍ୟୁ ଘଟିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ଶିଶୁଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।ଏହି ଅଗ୍ନିକାଣ୍ଡରେ ଶିଶୁ ୱାର୍ଡକୁ ପ୍ରଭାବିତ କରିଥିଲା, ଯେଉଁଠାରେ ପ୍ରାୟ ୫୪ ଶିଶୁ ଏବଂ ନବଜାତ ଶିଶୁ ଭର୍ତ୍ତି ହୋଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଝାନ୍‌ସୀ ମେଡିକାଲ କଲେଜରେ  ଘଟିଥିବା  ଦୁର୍ଘଟଣାରେ ପିଲାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ। ଝାନ୍‌ସୀର ଡିଭିଜନାଲ କମିସନର ଏବଂ ଡିଆଇଜିଙ୍କୁ ୧୨ ଘଣ୍ଟା ମଧ୍ୟରେ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking