30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର

୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର

ଆରା: ବିହାରର ଆରାରେ ଥିବା ତନିସ୍କ ଶୋ’ରୁମକୁ ଲୁଟିନେଇଛନ୍ତି ଡକାୟତ ଦଳ। ଭୋଜପୁର ଜିଲ୍ଲା ଆରା ବଜାରର ଗୋପାଳି ଛକରେ ଥିବା ତନିସ୍କ ଶୋ’ରୁମ୍ ରେ ଡକାୟତମାନେ ପଶି ସୋ’ରୁମ୍ କର୍ମଚାରୀଙ୍କୁ ବନ୍ଧକ ରଖି ମାତ୍ର ୨୦ ମିନିଟ୍ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଥିବା ସୂଚନା ମିଳିଛି। ଆଇନ କାନୁନ୍ ପ୍ରତି ସାମାନ୍ୟତମ ଭୟ ନଥିବା ଏହି ଡକାୟତମାନେ ଦର୍ଶାଇଛନ୍ତି। ସିସିଟିଭି ଲାଗିଥିବା ସତ୍ତ୍ୱେ ଡକାୟତି କରିବା ସମୟରେ ଏହି ଅପରାଧୀମାନେ କେହି ମୁହଁ ଲୁଚାଇବାକୁ ଚେଷ୍ଟା କରିନଥିଲେ କି ଘଟଣା ସମୟରେ କାହାକୁ ଡରୁନଥିଲେ। ଏପରିକି ଚୋରି କରିବା ପରେ ସେମାନେ ଶାନ୍ତ ଭାବରେ ବାହାରକୁ ବାହାରି ଏକ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱର୍କ ସ୍ଥିତି ଯାଞ୍ଚ୍ କରିଛି। ସେହିପରି ଡକାୟତଙ୍କ ସଂଖ୍ୟା ୬ରୁ ୭ ମଧ୍ୟରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପୋଲିସ୍ ସୋ’ରୁମ୍ ରୁ ସିସିଟିଭି ଫୁଟେଜ୍ ଜବତ କରିଛି, ଯେଉଁଥିରେ ଦୁର୍ବୃତ୍ତମାନେ ୨୦ ମିନିଟ୍ ପର୍ଯ୍ୟନ୍ତ ଭିତରେ ଥିବା ବେଳେ ସୋ’ରୁମ୍ କର୍ମଚାରୀଙ୍କୁ ଭୟଭୀତ କରି ୨୫ କୋଟିରୁ ଅଧିକ ଟଙ୍କାର ଗହଣା ନେଇଯାଉଥିବା ଏବଂ ଫେରାର ହୋଇଯାଉଥିବାର ସ୍ପଷ୍ଟ ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜ୍ ଆଧାରରେ ଏମାନଙ୍କୁ ଧରିବା ପାଇଁ ପୋଲିସ୍‌ର ଦୁଇଟି ଟିମ୍ ଦିୟାର୍ ଅଞ୍ଚଳରେ କମ୍ବିଂ ଆରମ୍ଭ କରିଛନ୍ତି। ପୁଲିସ ପକ୍ଷରୁ ସମଗ୍ର ସହରରେ ବ୍ୟାରିକେଡ୍ ଲଗାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking