33.1 C
Bhubaneswar
Tuesday, March 18, 2025
Homeଓଡିଶାହାତଗୋଡ଼ ବାନ୍ଧି ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା

ହାତଗୋଡ଼ ବାନ୍ଧି ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା

ଭୁବନେଶ୍ୱର : ମାରଣାସ୍ତ୍ର ଦେଖାଇ ଦମ୍ପତିଙ୍କୁ ଲୁଟ୍ ହୋଇଛି ସୋରରେ । ହାତଗୋଡ଼ ବାନ୍ଧି ଲୁଟେରା ଲୁଟିନେଲେ ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା । ସୋର ଥାନା ଟେଣ୍ଟେଇ ସାହିର ଜଣେ ବ୍ୟକ୍ତିଙ୍କ ଘରେ ପଶି  ଦୁର୍ବୃତ୍ତ ପଶି ହାତଗୋଡ଼ ବାନ୍ଧି ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି  ।   ଘରେ କେହି ନଥିବା ବେଳେ କିଛି ଦୁର୍ବୃତ୍ତ ଗାଁର ରାମଚନ୍ଦ୍ର କରଙ୍କ ଘରେ ପଶି ଲୁଟ୍ କରିଥିଲେ  । ବିଳମ୍ବିତ ରାତିରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ଏକ କାରରେ ଆସି ତାଙ୍କ ଘରର ପଛ ପଟ କବାଟ ଭାଙ୍ଗିବା ସହିତ ଘର ଭିତରକୁ ପଶିଥିଲେ । ପରେ ଉଭୟ ବୃଦ୍ଧ ବୃଦ୍ଧାଙ୍କ ହାତ ଓ ଗୋଡ଼କୁ ଗାମୁଛା ଏବଂ ଦୌଡିରେ ବାନ୍ଧି ଘରେ ଥିବା ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା  ଓ ନଗଦ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ  ।  ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ସୋର ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଓ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking