21.1 C
Bhubaneswar
Thursday, December 11, 2025
Homeଓଡିଶାଜେଇଙ୍କ ସନ୍ଦେହଜନକ ମୁତ୍ୟୁ

ଜେଇଙ୍କ ସନ୍ଦେହଜନକ ମୁତ୍ୟୁ

ବରଗଡ:  ଏସି ଚଳାଇ ଗାଡ଼ିରେ ଶୋଇଥିବାବେଳେ ଜେଇଙ୍କ ସନ୍ଦେହଜନକ ମୁତ୍ୟୁ । ବରଗଡ ଜିଲ୍ଲା ହଳଦୀ ପାଳି ଛକଠାରେ ଏକ କାର୍‌ରେ ଏସି ଲଗାଇ ଶୋଇଥିଲେ ବରପାଲି ବ୍ଲକ୍‌ ଜେଇ ଚନ୍ଦ୍ରଶେଖର ଝାଡ଼ିଆ । ହେଲେ ଏହି ସମୟରେ କିନ୍ତୁ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ତେବେ କାର୍ ଭିତରେ ଏସି ସର୍ଟସର୍କିଟ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତାଙ୍କ ଦେହସାରା ଜଳିପୋଡ଼ି ଯାଇଥିବାବେଳେ, କାର କି ମୃତକଙ୍କ ପୋଷାକ କିନ୍ତୁ ଆଦୌ ଜଳିନାହିଁ । ଯାହାକୁ ସେଇ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ମୃତ ଜେଇଙ୍କ ପତ୍ନୀଙ୍କ ବୟାନ ସନ୍ଦେହକୁ ଆହୁରି ବଢ଼ାଇଦେଇଛି । ମୃତ ଚନ୍ଦ୍ରଶେଖରଙ୍କ ସ୍ତ୍ରୀ କହିଛନ୍ତି, ଗତକାଲି ଦିନ ୧୨ଟାରୁ ଘରୁ ବାହାରି ଯାଇଥିଲେ ତାଙ୍କ ସ୍ବାମୀ । ରାତିରେ ଫୋନ୍ ଉଠାଇ ନଥିଲେ । ପରେ ଖୋଜାଖୋଜି କରିବା ପରେ କାର୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking