ନୂଆଦିଲ୍ଲୀ: ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ଉଦ୍ଦିଷ୍ଟ ଜେଇଇ (ମେନ୍) ପରୀକ୍ଷାକୁ ମେ’ ପରିବର୍ତ୍ତେ ଆସନ୍ତା ଜୁନ୍ ଓ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି । ବୁଧବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଏ ସଂକ୍ରାନ୍ତରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଜୁନ୍ ୨୦ରୁ ୨୯ ପର୍ଯ୍ୟନ୍ତ ଜେଇଇ (ମେନ୍) ପ୍ରଥମ ପର୍ଯ୍ୟାୟ ଏବଂ ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ଏପ୍ରିଲ ୨୧,୨୪,୨୫,୨୯, ମେ’ ୧ ଓ ୪ରେ ପ୍ରଥମ ପର୍ଯ୍ୟାୟ ଏବଂ ମେ’ ୨୪, ୨୫, ୨୬, ୨୭, ୨୮ ଓ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିଲା । ଅପରପକ୍ଷରେ ଏମ୍ବିବିଏସ ପାଠ୍ୟକ୍ରମ ନିମନ୍ତେ ଉଦ୍ଦିଷ୍ଟ ନିଟ୍ ପରୀକ୍ଷା ଜୁଲାଇ ୧୭ରେ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି । ଦେଶର ବିଭିନ୍ନ ସେଌକ୍ଷଗ୍ଧ;ରରେ ୧୩ଟି ଭାଷାରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ ।