ଭୁବନେଶ୍ୱର: ବିଧାନସଭା ଅଚଳାବସ୍ଥା ନେଇ ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ନିଶିନା । କହିଲେ ତାଙ୍କର ସୁପର ଲିଡର ଯିଏ ଅଛନ୍ତି, ସେ କହିଛନ୍ତି ବିଧାନସଭା ଚଳାଇଦେବା ନାହିଁ । ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ, ତେଣୁ ଏପରି କରୁଛନ୍ତି । ତାଙ୍କର ଯଦି ଆନ୍ତରିକ ଇଚ୍ଛା ଥାଆନ୍ତା ସେମାନେ ଲେଖିକି ଦିଅନ୍ତେ । ବିଜେଡିର ବରିଷ୍ଠ ନେତା ମଧ୍ୟ ଲବିରେ କହୁଛନ୍ତୁ ନିର୍ଦ୍ଦେଶ ପାଇଁ ଗୃହ ବନ୍ଦ କରୁଛୁ । ଗୃହରେ ଚୁପ୍ ରହୁଛନ୍ତି, ମୁଲତବିରେ ଆଲୋଚନା କରିବେ କି ଶୁନ୍ୟକାଳରେ କରିବେ ଅସ୍ପଷ୍ଟ । ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ବିଧାନସଭାକୁ ବନ୍ଦ କରୁଛି । ସେକେଣ୍ଡ ପୋଜିସନ ପାଇଁ ଏହି ପ୍ରତିଯୋଗିତା ଚାଲିଛି । କିଏ ସିଲଭର କିଏ ବ୍ରୋଞ୍ଜ ପାଇବେ, ଆମର ସେଥିରେ କିଛି ନାହିଁ ।










