23.1 C
Bhubaneswar
Tuesday, January 13, 2026
Homeଓଡିଶାପୁଣି ବିଜେଡି ଉପରେ ବର୍ଷିଲେ ଜୟ ଢୋଲକିଆ

ପୁଣି ବିଜେଡି ଉପରେ ବର୍ଷିଲେ ଜୟ ଢୋଲକିଆ

ଭୁବନେଶ୍ୱର: ପୁଣି ବିଜେଡି ଉପରେ ବର୍ଷିଲେ ନୂଆପଡ଼ା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ତାଙ୍କ ବାପା ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡିର ଅସମ୍ମାନ ପ୍ରସଙ୍ଗରେ ସେ ପୁଣି ଶଙ୍ଖ ଦଳକୁ ସମାଲୋଚନା କରିଛନ୍ତି। ଜୟ ଢୋଲକିଆ କହିଛନ୍ତି, ‘ମୋ ବାପା ଥରେ ଚେନ୍ନାଇ ଓ ଥରେ ମୁମ୍ବାଇରେ ଚିକିତ୍ସା ହୋଇଥିଲେ । କିନ୍ତୁ ବିଜେଡିର କେହି ବି ନେତା କଥା ହୋଇନଥିଲେ କି ପଚାରିନଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ଯୋଗାଯୋଗ କରିନଥିଲେ। ଖରିଆର ରୋଡ ଶ୍ରଦ୍ଧାଞ୍ଜଳି ପ୍ରସ୍ତୁତି ସଭାକୁ ବି ମୋତେ ଡାକିନଥିଲେ। ୧୫ ହଜାରରୁ ୨୦ ହଜାର ଲୋକ ନଖାଇ ଫେରିଗଲେ’ ।

ନୂଆପଡ଼ାବାସୀଙ୍କୁ ସମ୍ବୋଧନ କରି ଜୟ ଢୋଲକିଆ କହିଛନ୍ତି, ‘ଯେଉଁ ଲୋକ ସାରା ଜୀବନ ଦଳ ପାଇଁ ଉତ୍ସର୍ଗ କରିଥିଲେ, ତାଙ୍କୁ ବିଜେଡି ସମ୍ମାନ ଦେଲାନି । ସେ ଦଳ ଆପଣଙ୍କୁ କଣ ସମ୍ମାନ ଦେବ । ବିଜେଡି ସଭାପତି ନବୀନ ପଟ୍ଟନାୟକ, ଶ୍ରାଦ୍ଧଞ୍ଜଳି ସଭାକୁ ଆସିଲେନି କିନ୍ତୁ ଉପନିର୍ବାଚନ ପ୍ରଚାରକୁ ଆସିଲେ। ଏବେ ଭାରତର ସବୁଠୁ ବଡ଼ ପରିବାର ମୋଦି ପରିବାର ସହ ଢୋଲକିଆ ପରିବାର ଯୋଡ଼ି ହୋଇଛି । କେବେ ବି ନୂଆପଡ଼ାବାସୀଙ୍କ ବିଶ୍ଵାସ ଭାଙ୍ଗିବେ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଜୟ ଢୋଲକିଆ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking