କଟକ: କଟକ ସିଡିଏରେ ଜଣ୍ଡିସ ଆତଙ୍କ । ସିଡିଏ ସେକ୍ଟର ୧୧ର ଗାଙ୍ଗୁଲି ବସ୍ତି ଏବଂ ବାଇଗଣି ବସ୍ତିରେ ୧୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ପିଇବା ପାଣି ସମସ୍ୟା ହେତୁ ଏହି ଦୁଇଟି ଅଞ୍ଚଳରେ ଜଣ୍ଡିସ ବ୍ୟାପୁଛି । ତେବେ ବସ୍ତିରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଚି ସ୍ୱାସ୍ଥ୍ୟ ବିଭାଗ ଟିମ । ବସ୍ତିରେ ରହୁଥିବା ସମସ୍ତ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ଗତକାଲି ୨୦ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲା । ଆଜି ସକାଳୁ ମଧ୍ୟ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଉଛି । ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯାଉଛି । ପୂର୍ବରୁ କଟକ ମହାନଗର ନିଗମ ୧୦ ନମ୍ବର ଏବଂ ୧୨ ନମ୍ବର ୱାର୍ଡର ମାନସିଂହପାଟଣା, ମସ୍ତରାମମଠ ଗଳି ଓ କାଫଲା ବଜାର ଅଞ୍ଚଳରେ ଜଣ୍ଡିସ ବ୍ୟାପିଥିଲା ।










