ସମ୍ବଲପୁର: ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ନୁହେଁ ପିଇବା ଯୋଗ୍ୟ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି, ଉପୁଜିପାରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି । ମାନେଶ୍ଵର ଓ ବରାଇପାଲି ବିଶୋଧନାଗାରରୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ୧୩ ତାରିଖରେ ୱାଟକୋକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ । ଯଦି ଏହି ଜଳଯୋଗାଣ ଜାରି ରୁହେ ତେବେ ଆଗାମୀ ଦିନରେ ସମ୍ବଲପୁର ସହରରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଚେତାଇ ଦେଇଛି ଜନସ୍ବାସ୍ଥ୍ୟ ବିଭାଗର ଚିଠି ।










