ଖୋର୍ଦ୍ଧା: ଖୋର୍ଦ୍ଧା ନବୋଦୟ ସ୍କୁଲରେ ଜଣ୍ଡିସ ବୟାପିବା ଘଟଣାରେ ପ୍ରିନ୍ସପାଲ ନିଲମ୍ବିତ । କବିତା କରଙ୍କୁ ସସପେଣ୍ଡ କରିଛନ୍ତି କର୍ତ୍ତୃପକ୍ଷ ସ୍କୁଲ ପରିସରରେ ପରିଷ୍କାର ପରିଚ୍ଛନ୍ନତା, ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଅବହେଳା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଛି । ଗତ ଦଶହରା ଛୁଟି ପରେ ସ୍କୁଲରେ ଜଣ୍ଡିସ ବ୍ୟାପିଥିଲା । ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରିବାରୁ ଜଣ୍ଡିସ ଭୂତାଣୁ ବାହାରିଥିଲା । ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ନେଇଯାଇଥିଲେ । ସ୍କୁଲକୁ ଏକ ସପ୍ତାହ ବନ୍ଦ କରାଯାଇଥିଲ।। କେନ୍ଦ୍ରୀୟ ଟିମ ବି ଆସି ତଦନ୍ତ କରିଥିଲେ । ସେହି ରିପୋର୍ଟ ଆଧାରରେ ସ୍କୁଲ ପ୍ରିନସପାଲଙ୍କୁ ସସପେଣ୍ଡ କରାଯାଇଛି ।










