28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶକୋଲାକାତାରେ ଭୟଙ୍କର ବିସ୍ଫୋରଣ, ଜରି ଗୋଟାଳି ମୃତ

କୋଲାକାତାରେ ଭୟଙ୍କର ବିସ୍ଫୋରଣ, ଜରି ଗୋଟାଳି ମୃତ

କୋଲକାତା: ଶନିବାର ଅପରାହ୍ନ ୧.୪୫ରେ ହୋଇଥିବା ଏକ ଭୟାବହ ବିସ୍ଫୋରଣରେ ବାପି ଦାସ୍ ନାମକ ଜଣେ ୫୮ ବର୍ଷୀୟ ଜରି ଗୋଟାଳୀଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ବିସ୍ଫୋରଣ ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିଙ୍କୁ ଏନଆରଏସରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। କେନ୍ଦ୍ରୀୟ କୋଲକାତାର ବ୍ଲୋଚ୍‌ମାନ ଷ୍ଟ୍ରିଟ୍ ଓ ଏସ୍‌ଏନ ବାନାର୍ଜୀ ରୋଡ୍‌କୁ ସଂଯୋଗ କରୁଥିବା ସ୍ଥାନରେ ହୋଇଥିବା ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରିପୋର୍ଟ ଲେଖାହେବା ସୁଦ୍ଧା କୌଣସି ସୁରାଗ ପାଇନଥିବା ଜଣାପଡିଛି। ତେବେ ପୁଲିସ୍‌କୁ କିଛି ସ୍ଥାନୀୟ ଲୋକେ (ପ୍ରତ୍ୟକ୍ଷଦର୍ଶୀ) ଦେଇଥିବା ବୟାନ ଆଧାରରେ ବ୍ଲୋଚ୍‌ମାନ ଷ୍ଟ୍ରିଟର ପ୍ରବେଶ ପଥରେ ଏକ ପ୍ଲାଷ୍ଟିକ ବ୍ୟାଗ୍ ସନ୍ଦିଗ୍ଧ ଅବସ୍ଥାରେ ପଡିରହିଥିବା ଦେଖିଥିଲେ।

ସେମାନେ ପୁଲିସ୍‌କୁ ଏନେଇ ଖବର ମଧ୍ୟ ଦେଇଥିଲା। ତୁରନ୍ତ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଯାଞ୍ଚ ପାଇଁ ଡକାଯାଇଥିଲା। କିନ୍ତୁ ସେତେବେଳେ ସେପରି କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନଥିଲା। କିନ୍ତୁ କିଛି ସମୟ ମଧ୍ୟରେ ଏହି ଅଞ୍ଚଳରେ ଭୟାବହ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର କାରଣ ଏଯାଏ ଜଣାପଡ଼ିନି। ବିସ୍ଫୋରଣ କାହିଁକି ଓ କେମିତି ହେଲା, ଏନେଇ ଫରେନ୍ସିକ ଟିମ୍ ଆରମ୍ଭ କରିଛି। ବିସ୍ଫୋରଣ ଉପରେ ପ୍ରତିକ୍ରିୟା ଦେଇ ବେଙ୍ଗଲ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଘଟଣାର ତଦନ୍ତ ଏନ୍‌ଆଇଏ ଦ୍ୱାରା କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଫଳ ହୋଇଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking