24.1 C
Bhubaneswar
Friday, February 13, 2026
Homeଓଡିଶାଜାପାନୀ ଜ୍ୱର ୨ ଶିଶୁ ଆକ୍ରାନ୍ତ

ଜାପାନୀ ଜ୍ୱର ୨ ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ଥରେ ଜାପାନୀ ଜ୍ୱର ଆତଙ୍କ ଦେଖିବାକୁ ମିଳିଛି। ରାଜ୍ୟରେ ପୁଣି ଥରେ ଜାପାନିଜ୍ ଏନ୍‌ସେଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ରୋଗରେ ବର୍ତ୍ତମାନ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା କୁହାଯାଉଛି। ଏହା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏବଂ ପୁଣିଥରେ ଏହି ଜାପାନିଜ୍ ଏନ୍‌ସେଫାଲିଟିସ୍ କପରି ବ୍ୟାପିଲା ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୋଶଳା ଏବଂ ବନ୍ତଳା ଅଞ୍ଚଳରୁ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜାପାନିଜ୍ ଏନ୍‌ସେଫାଲିଟିସ୍ ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହାକୁ ନେଇ ତତ୍ପରତା ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ରୋଗ ପାଇଁ ତେବେ ଅନେକ ସମୟରେ ଟିକା କରଣ ହେଉଥିବା ଯୋଗୁଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବନନ୍ଦ ମହାନ୍ତି କହିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୨୦୧୨ ମସିହାରେ ମାଲକାନିଗିରି ଜିଲ୍ଲାରେ ଜାପାନୀ ଜ୍ୱର ଆତଙ୍କ ମଚାଇଥିଲା। ଏହି ସମୟରେ ୨୦୦ରୁ ଉର୍ଦ୍ଧ୍ୱ ଏହି ରୋଗରେ ପୀଡି଼ତ ହୋଇଥିଲେ ଏବଂ ୨୪ ଜଣ ନିରୀହ ଶିଶୁଙ୍କ ପ୍ରାଣ ଯାଇଥିଲେ। ପରେ ଆରଏମଆରସି ଏହାର କାରଣ ଖୋଜି ଜାଣିବାକୁ ପାଇଥିଲା ଯେ ମଶା କାମୁଡିବା ପାଇଁ ଲୋକେ ଏହି ରୋଗରେ ପୀଡ଼ିତ ହେଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking