20.1 C
Bhubaneswar
Sunday, February 8, 2026
Homeଓଡିଶାଜନନେତା ତ୍ରିଲୋଚନ କାନୁନଗୋ ପ୍ରଥମ ସ୍ମାରକୀ ବକୃତା

ଜନନେତା ତ୍ରିଲୋଚନ କାନୁନଗୋ ପ୍ରଥମ ସ୍ମାରକୀ ବକୃତା

ଭୁବନେଶ୍ୱର: ପ୍ରୟାତ ତ୍ରିଲୋଚନ କାନୁନଗୋ ଗତ ସାତ ଦଶନ୍ଧି ଧରି ଥିଲେ ଜଣେ ପ୍ରତିବଦ୍ଧତା ସମ୍ପୂର୍ଣ୍ଣ ଜନନେତା। ଛାତ୍ର ଜୀବନରୁ ଜନଗଣଙ୍କ ସଂଗ୍ରାମରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରି ରାଜ୍ୟର ସାମାଜିକ, ରାଜନୈତିକ ଜୀବନରେ ସେ ଯେଉଁ ଛାପ ଛାଡି ଯାଇଛନ୍ତି ତାହା ନିଶ୍ଚିନ୍ତ ଭାବରେ ଅନୁକରଣୀୟ ଓ ଅନୁସରଣୀୟ। ବିଭିନ୍ନ ସମୟରେ କଟକ ମ୍ୟୁନିସିପାଲଟି ର ଅଧ୍ୟକ୍ଷ, ବିଧାୟକ ଓ ସାଂସଦ ଭାବରେ ସଧାରଣ ମଣିଷ, ଦେଶ ଓ ରାଜ୍ୟ ପାଇଁ ସଦା ସମର୍ପିତ ତାଙ୍କର କାର୍ଯ୍ୟଧାରା ଥିଲା ସମ୍ପୂର୍ଣ୍ଣ ନିଆରା ଓ ଲୋକାଭିମୁଖୀ। କଟକ ମ୍ୟୁନିସିପାଲିଟିର ପ୍ରଥମ ନିର୍ବାଚିତ ଚେୟାରମ୍ୟାନ, ବିଧାୟକ ଓ ସାଂସଦ ଭାବରେ ସେ ଜନଗଣଙ୍କ ହିତ ଓ ରାଜ୍ୟ ର ସ୍ୱାର୍ଥ ରେ ଅନେକ କାର୍ଯ୍ୟ କରିଯାଇଛନ୍ତି। ତାଙ୍କର ଅବର୍ତ୍ତମାନର ତାଙ୍କର ଭଳି ଜଣେ ସମର୍ପିତ ବ୍ୟକ୍ତିତ୍ୟଙ୍କ କର୍ଯ୍ୟଶୈଳୀକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଉଦ୍ଧେଶ୍ୟରେ ଗଠିତ ହୋଇଛି ଜନନେତା ତ୍ରିଲୋଚନ କାନୁନଗୋ ସ୍ମୃତି କମିଟି। ଏହି କମିଟି ପକ୍ଷରୁ ଆସନ୍ତା ସେପ୍େଟମ୍ବର ୧୨ ତାରିଖ ସନ୍ଧ୍ୟା ୫ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ୱର ଏଜି ଛକ ନିକଟସ୍ଥ ଜୟଦେବ ଭବନ ସଭା କକ୍ଷରେ ପ୍ରଥମ ତ୍ରିଲୋଚନ କାନୁନଗୋ ସ୍ମାରକୀ ବକୃତା ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମକୁ ଓଡିଶା ହାଇକୋର୍ଟ ର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଉଦଘାଟନ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଏହି ଅବସରରେ “ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟର ଆର୍ôଥକ ସ୍ୱତନ୍ତ୍ରତା’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ ଚନ୍ଦ୍ର ହୋତା। ଏହି ଅବସରରେ ଅନ୍ୟାନ୍ୟ ବିଶିଷ୍ଠ ଅତିଥିମାନେ ମଧ୍ୟ ଯୋଗଦେଇ ପ୍ରୟକ୍ଷତ ଜନନେତା ତ୍ରିଲୋଚନ କାନୁନଗୋଙ୍କ ୮୫ ତମ ଜୟନ୍ତୀ ଅବସରରେ ତାଙ୍କ ଅମ୍ଲାନ ସ୍ମୁତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମାଜ ପ୍ରତି ପ୍ରତିବଦ୍ଧତା ଥିବା ବିଧାୟକ ରାଜନ ଏକ୍କା ଓ ସାମାଜିକ ଅନୁଷ୍ଠାନ ବସୁନ୍ଧରା କୁ ତ୍ରିଲୋଚନ କାନୁନଗୋ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ।

ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଜନନେତା ତ୍ରିଲୋଚନ କାନୁନଗୋ ସ୍ମୃତି କମିଟି ପକ୍ଷରୁ ସ୍ମୃତି କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଯଗେଶ୍ୱର ବାବୁ, ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସ୍ମୃତି କମିଟି ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ସାମାଜିକ କର୍ମୀ ମାନସ ଜେନା, ବିଶ୍ୱପ୍ରିୟ କାନୁନଗୋ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ସମାଜସେବୀ ମିର ଅହମଦ ଅଲି, ଦିବ୍ୟ ଶଙ୍କର ସିଂହ, ପ୍ରଭାକର ରାଉତ, ଆଦି ପାଣି, ଲଷ୍ମୀ ଦୋରା ପ୍ରମୁଖ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଆହ୍ୱାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking