17.1 C
Bhubaneswar
Monday, February 2, 2026
Homeଜାମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନଜାମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟରେ କେତେ ଭୋଟର ଅଛନ୍ତି?

ଜାମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟରେ କେତେ ଭୋଟର ଅଛନ୍ତି?

ଜମ୍ମୁ କଶ୍ମୀର : ମତଦାନ ଆରମ୍ଭ ହୋଇଛି । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ ଓ କଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ। ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି। ପ୍ରାୟ ୧୦ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ହେଉଛି। ୨୦୧୪ ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୧୮ ରେ ପ୍ରଥମ ରାଉଣ୍ଡ ଭୋଟିଂରେ ୨୩ ଲକ୍ଷ ଭୋଟର ଅଂଶଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି । ଏହି ପର୍ଯ୍ୟାୟରେ ସମୁଦାୟ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ପର୍ଯ୍ୟାୟରେ ମୋଟ ୨୧୯ ଜଣ ପ୍ରାର୍ଥୀ ୨୪ ଟି ଆସନ ପାଇଁ ଲଢ଼ୁଛନ୍ତି । ଏଥିରେ ଭୋଟରମାନେ କାଶ୍ମୀର ଉପତ୍ୟକାରେ ୧୬ ଟି ଏବଂ ଜାମ୍ମୁ ବିଭାଗରେ ଆଠଟି ଆସନ ପାଇଁ ଭୋଟ୍ ଦେବେ ।
ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ୨୪ ଟି ବିଧାନସଭା ଆସନ ଅଛି | ଏହି ପର୍ଯ୍ୟାୟରେ ୨୪.୩୭.୫୮୯ ଭୋଟର ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି । ଏଥିମଧ୍ୟରେ ୧୧,୭୬,୪୬୨ ପୁରୁଷ ଭୋଟର, ୧୧,୫୧,୦୫୮ ଲକ୍ଷ ମହିଳା ଭୋଟର ଏବଂ ୬୦ ଜଣ ଅନ୍ୟ ଭୋଟର ଅଛନ୍ତି। ପ୍ରଥମ ରାଉଣ୍ଡରେ ୫.୬୬ ଲକ୍ଷ ଯୁବକ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି । ଏଥିମଧ୍ୟରୁ ୧୮ ରୁ ୧୯ ବର୍ଷ ବୟସର ୧,୨୩.୯୬୦ ଯୁବକ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି। ୧୮ ରୁ ୨୯ ବର୍ଷ ମଧ୍ୟରେ ୫.୬୬ ଲକ୍ଷ ଭୋଟର ଅଛନ୍ତି | ଏହି ପର୍ଯ୍ୟାୟରେ ୨୮,୩୦୯ ଅକ୍ଷମ (ପିଡବ୍ଲୁଡି) ଏବଂ ୮୫ ବର୍ଷରୁ ଅଧିକ ୧୫,୭୭୪ ଭୋଟର ମଧ୍ୟ ଅଂଶଗ୍ରହଣ କରିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking