ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀର କ୍ରିକେଟ ଦଳ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ ପାଇଁ ଯୋଗ୍ୟତା ପାଇ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ରଣଜୀ ଫାଇନାଲରେ ପ୍ରବେଶ କରିଛି । ବେଙ୍ଗଲକୁ ୬ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି । ୬୭ ବର୍ଷ ଇତିହାସରେ ପ୍ରଥମ ଥର ଫାଇନାଲରେ ପହଞ୍ଚିଛି । ମହମ୍ମଦ ସାମିଙ୍କ ୮ ୱିକେଟ ସଫଳତା ସତ୍ତ୍ୱେ ହାରିଲା ବେଙ୍ଗଲ । ୧୨୬ ରନର ଟାର୍ଗେଟକୁ ୪ ୱିକେଟ ହରାଇ ହାସଲ କଲା ଜମ୍ମୁ କଶ୍ମୀର ।










