ଯାଜପୁର: ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କ ବିଷ ପିଇବା ପୋଲିସ ଯୁବକ ଙ୍କୁ ମାଡ଼ ମାରିବା ଘଟଣାର ନୂଆ ମୋଡ଼ ନେଇଛି। ଏହି ଘଟଣା ସମଗ୍ର ଜିଲ୍ଲା ରେ ହଇ ଚଇ ସୃଷ୍ଟି କରି ଥିଲା ଯାଜପୁର ଜିଲ୍ଲା ପୋଲିସ କୁ ହରଡ଼ ଘଣl ରେ ପକାଇ ଥିଲା l ପୋଲିସ ଉପରେ କଳା ଦାଗ ଲାଗି ଥିଲା ପୋଲିସ ବିରୋଧରେ ରବୀନ୍ଦ୍ର ମଲ୍ଲିକ ଆଣିଥିଲେ ସଙ୍ଗୀନ ଅଭିଯୋଗ । ଏହି ଅଭିଯୋଗ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇ ଥିଲା ଯାଜପୁର ଏସପି ଗୁରୁତ୍ୱ ନେଇ ତଦନ୍ତ କରି ଥିଲେ l ଯାଜପୁର ଏସପି ଏହା ଖୋଲା ସି ସି ମାଧ୍ୟାମରେ ସତ୍ୟା ସତ୍ୟା ସାମ୍ବାଦିକ ସମ୍ମିଳନୀ ରେ ଘଟଣା ଖୋଲାସା କରିଛନ୍ତି l ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗର ନୂଆ ଖୁଲାସା । ଥାନାରେ ପୋଲିସଙ୍କ ନିର୍ଯାତନା ଅଭିଯୋଗ ଘଟଣାର ବାସ୍ତବ ସତ ସତ୍ୟା ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜରେ କଏଦ ହୋଇଛି ଯୁବକଙ୍କ ଅଭିଯୋଗର ସତ କଥା । ବିଷ ପିଇବାକୁ ନେଇ ପୋଲିସ ନାଁରେ ମିଛ ଅଭିଯୋଗ ଆଣିଥିଲେ ଅଭିଯୋଗକାରୀ ରବୀନ୍ଦ୍ର ମଲ୍ଲିକ । ଥାନା ସିସିଟିଭି ଫୁଟେଜ୍ ଦେଖାଇଲେ ଏସପି । ଘଟଣାରେ ସେଭଳି କୌଣସି ସତ୍ୟତା ନଥିବା ତଦନ୍ତ ପରେ ସ୍ପଷ୍ଟ କରିଛନ୍ତି ଯାଜପୁର ଏସପି ୟଶପ୍ରତାପ ଶ୍ରୀମଲ ।
ଯାଜପୁର ଏସପି ୟଶପ୍ରତାପ ଶ୍ରୀମଲ କହିଛନ୍ତି, “ବିଷ ପିଇବା ମିଛ ବୋଲି ସିସିଟିଭି ଭିଜୁଆଲରୁ ପ୍ରମାଣ ମିଳିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ରବୀନ୍ଦ୍ର ଲୁଚିଲୁଚି ଧଳାରଙ୍ଗର ଏକ ବୋତଲକୁ ମେଡିସିନ ଥାକରୁ ନେଇ ଯାଇଥିଲା । ବୋତଲରେ ଥିବା ସେହି ଔଷଧକୁ ନଖାଇ ଲୁଚାଇ ବାହାରେ ଢାଳି ଦେଇଥିଲା । ଖାଲି ବୋତଲ ଦେଖାଇ ଏହା ପିଇଦେଇଥିବା କହିବା ସହ ଦେହ ଭିଷଣ ଖରାପ ଲାଗୁଥିବା କହି ବାହାନା କରିଥିଲେ । ଏହାପରେ ପୋଲିସ ଦ୍ବାରା ତାକୁ ତୁରନ୍ତ ବଡଚଣା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ଦିନକ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।” ବାଲିଚନ୍ଦ୍ରପୁର ଥାନାରେ ବହୁଚର୍ଚ୍ଚିତ ଥାର୍ଡ଼ ଡିଗ୍ରୀ ଦେବା ଓ ଜଣେ ଯୁବକଙ୍କୁ ଉଲଗ୍ନ ହେବାକୁ କହିବା ସହ ନିର୍ଯାତନା ଦେବା ମାମଲାରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏସବୁ ମିଥ୍ୟା ବୋଲି ଥାନା ଅଧିକାରୀ ଦାବି କରିଥିବା ବେଳେ ଏହାର ଯାଞ୍ଚ କରିଥିଲେ ଯାଜପୁର ଏସପି ୟଶପ୍ରତାପ ଶ୍ରୀମଲ । ଏସପି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ନିଜେ ପ୍ରତ୍ୟକ୍ଷ ଭାବେ ଥାନାରେ ପହଞ୍ଚିଥିଲେ । ୮ ଘଣ୍ଟା ଧରି ଥାନାରେ ଉପସ୍ଥିତ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ ।
ଥାନା ଅଧିକାରୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରି ତନତନ କରି ଭିଜୁଆଲ ଗୁଡିକ ଦେଖିଥିଲେ । ତଦନ୍ତ ଶେଷ କରି ଫେରିବା ପରେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣାରେ ସେଭଳି କୌଣସି ସତ୍ୟତା ନଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ଏସପି ସୂଚନା ଗଣ ମାଧ୍ୟମକୁ ସୂଚନା ଦେଇ ପୋଲିସ ଉପରେ ଲାଗି ଥିବା କଳା ଦାଗ କୁ ଖଣ୍ଡନ କରିଛନ୍ତି ଥାନା ରେ ପୋଲିସ ନିର୍ଯ୍ୟାତନା କରି ନାହାନ୍ତି ଯାହା ସିସିରୁ ପ୍ରମାଣ ମିଳୁଛି । ଏସପିଙ୍କ ସୂଚନା ଅନୁସାରେ ” ରବୀନ୍ଦ୍ରଙ୍କୁ ଥାନାରେ କୌଣସି ପ୍ରକାର ନିର୍ଯାତନା ଦିଆଯାଇନଥିଲା କିମ୍ବା ତାକୁ ଉଲଗ୍ନ ହେବାକୁ କୁହାଯାଇନଥିଲା । ସେ ମାମଲାରୁ ଖସିବା ପାଇଁ ଏଭଳି କାଣ୍ଡ ଭିଆଇଥିଲେ ।” ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ ବୋଲି ଏସପି କହିଛନ୍ତି । ଏହି ତଦନ୍ତ ପ୍ରକ୍ରିୟା ଚାଲୁଥିବା ବେଳେ ଯେଉଁ ୩ ଜଣ ନିଲମ୍ବିତ ହୋଇଥିଲେ ତାର ମଧ୍ୟ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ଏହି ଘଟଣରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ୟଶପ୍ରତାପ ଶ୍ରୀମଲ କହିଛନ୍ତି ।










