29.1 C
Bhubaneswar
Tuesday, February 17, 2026
Homeଓଡିଶାଯାଜପୁର ରୋଡ ଲଜ୍ଜା: ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର ରୋଡ ଲଜ୍ଜା: ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭପାତ ଅଭିଯୋଗ ଘଟଣା । ୭୦ ବର୍ଷୀୟ ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ଏବଂ ପୋଲିସ ସହଯୋଗରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଯାଜପୁର ରୋଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସପ୍ତାହେ ମଧ୍ୟରେ ଶିଶୁର ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ବ୍ୟାସନଗର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ନାବାଳିକା । ନାବାଳିକାକୁ ଗର୍ଭପାତ କରାଯାଇଥିବା ଦୁଇ ଦିନ ତଳେ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପାଇଁ କାଲି ବୃଦ୍ଧଙ୍କୁ ଗିରଫ କରିଥିଲା ଯାଜପୁର ରୋଡ ଥାନା ପୋଲିସ । ଗର୍ଭପାତ ଅଭିଯୋଗ ପାଇଁ ଘରୋଇ ହସ୍ପିଟାଲ ଏମଡି ମଧ୍ୟ ଗିରଫ ହୋଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking