26.1 C
Bhubaneswar
Thursday, September 19, 2024
Homeଓଡିଶା୪ ଜଣ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରି ଅଦାଲତ ଚାଲାଣ କଲା ଯାଜପୁର ରୋଡ ପୋଲିସ

୪ ଜଣ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରି ଅଦାଲତ ଚାଲାଣ କଲା ଯାଜପୁର ରୋଡ ପୋଲିସ

ଯାଜପୁର : ଯାଜପୁର ଜିଲ୍ଲା ର ବିଭନ୍ନ ଅଳରେ ଲୁଟେରା ଗ୍ୟାଙ୍ଗ ବାଇକ ସୁନା ଅଳଙ୍କାର ଦିନ ଦି ପହର ରେ ପୋଲିସ କୂ ଚକମା ଦେଖାଇ ଲୁଟୁ କରିଚନ୍ତି ଏଵ ଯାଜପୁର ରୋଡ଼ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ଚୋରିରେ ସମ୍ପୃକ୍ତ ଥିବା ଆଜି ୪ ଜଣ ଦୁର୍ଦାନ୍ତ ଚୋରକୁ ଗିରଫ କରି ଅଦାଲତ ଚାଲାଣ କରିଛି ଯାଜପୁର ରୋଡ଼ ପୋଲିସ । ଉକ୍ତ ଆସାମୀ ମାନଙ୍କ ଠାରୁ ଗୋଟିଏ ରୋୟାଲ ଏନଫିଲଡ ବୁଲେଟ, ୭ଟି ଲ୍ୟାପଟପ, ୧୭ଟି ମୋବାଇଲ ଓ ଦୁଇଟି ରୁପା ବଳା ଜବତ କରିଛି। ସୂଚନା ଅନୁଯାୟୀ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ସ୍ଥାନୀୟ ଚାନ୍ଦମା ଗ୍ରାମର ସୁବ୍ରତ କୁମାର ସାହୁଙ୍କ ଅଭିଯୋଗ କ୍ରମେ କେଶ ନମ୍ବର ୫୨୮/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା l ତେବେ ବିଭିନ୍ନ ସମୟରେ ଚୋରିରେ ସମ୍ପୃକ୍ତ ଥିବା ଉକ୍ତ ଚାରି ଜଣଙ୍କ ଠାରୁ ଏହି ଚୋରି ସାମଗ୍ରୀ ଜବତ କରିଥିଲା ପୋଲିସ l ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ହୁଡ଼ିସାହିର ଆଦିତ୍ୟ ପାତ୍ରଙ୍କ ପୁଅ ପପୁ ପାତ୍ର ଓରଫ ଚଗଲା (୪୩) ଯାହାର ନାମରେ ୨୭ରୁ ଅଧିକ କେଶ ଯାଜପୁର ରୋଡ଼ ଥାନାରେ ରହିଛି l ସେହିପରି ଲଷ୍ମୀନଗର ଅଞ୍ଚଳର ଶମ୍ଭୁ ମହନ୍ତ ଓରଫ କାଳୁ (୨୫) ନାମରେ ୫ଟି କେଶ ଓ ବ୍ୟାସ କଲୋନୀର ବାଦଲ ଦାସ (୨୫), ଯାହା ନାମରେ ପୂର୍ବରୁ ୩ଟି କେଶ ରହିଛି, ରାମଚନ୍ଦ୍ରପୁର ଥାନା ଲୁଣିଆ ପାଟଣା ଗ୍ରାମର ଶିଶିର ନାଥ (୩୧) କୁ ଗିରଫ କରାଯାଇଛି। ସମସ୍ତ ଆସାମୀଙ୍କୁ ଆଜି ୟୁ.ଏସ – ୩0୫ ବି.ଏନ.ଏସ. ୩୩୧(୪) ୩0୫/୩ (୫) ବି.ଏନ.ଏସ ଦଫାରେ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ନେଇ ଯାଜପୁର ରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking