25.1 C
Bhubaneswar
Sunday, December 21, 2025
Homeଓଡିଶାଯାଜପୁର ରୋଡ଼ ପକ୍ଷରୁ ଶ୍ରୀହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ  

ଯାଜପୁର ରୋଡ଼ ପକ୍ଷରୁ ଶ୍ରୀହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ  

ଯାଜପୁର : ଯାଜପୁର ଜିଲ୍ଲା ର ବ୍ୟାସ ନଗର ସହର ରେ ମାରୁୱlଡ଼ି ସମ୍ପ୍ରଦାୟ ଲୋକ ମାନେ ବାସ କରନ୍ତି ତାଙ୍କ ପାଞ୍ଜି ନିର୍ଘଣ୍ଟ ଅନୁସାରେ ପାବନ କୁମର ଶ୍ରୀ ରାମ ଭକ୍ତ ହନୁମାନ ଙ୍କୁ ଜୟନ୍ତୀ ସ୍ତିର୍ ହୋଇ ଥିବାରୁ ରାମ ଦୂତ ହନୁମାନ ଙ୍କ ଜୟନ୍ତୀ ଉତ୍ସବ ମହା ସମାହାର ରେ ଅନୁଷ୍ଟିତ ହୋଇ ଥିବା ର ଦେଖି ବାକୁ ମିଳିଛି lବ୍ୟାସନଗର ସହର ଗୋପବନ୍ଧୁ ଛକ ନିକଟ ନନ୍ଦରାମ ବଟିକା ପରିସରରୁ ଏକ ଭଵ୍ୟ ଶୋଭାଯାତ୍ରା ସହରର ଗୋପବନ୍ଧୁ ଛକ ଷ୍ଟେସନ ବଜାର ରାଧାନାଥ ମାର୍ଗ ଦେଇ ଚୋରଦା ବାଇପାସ ହୋଇ ବ୍ୟାଙ୍କ ଷ୍ଟ୍ରିଟ ଦେଇ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ପହଞ୍ଚିଥିଲା | ରାମ ଲକ୍ଷ୍ମଣ ସୀତା ହନୁମାନ ବେଶରେ ସଜ୍ଜିତ ପିଲାମାନେ ସୁସଜ୍ଜିତ ରଥରେ ବସି ସହର ପରିକ୍ରମା କରିଥିଲେ ଜୟ ହନୁମାନ ଜୟ ଶ୍ରୀରାମ ଧୋନି ରେ ସହର ରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଚି| ବାଜା ବାଣ କୀର୍ତ୍ତନ ସହ ଜୟ ଶ୍ରୀରାମ ଧ୍ୱନିରେ ସହର ପ୍ରକମ୍ପିତ ହୋଇଉଠିଥିଲା | ବିଶେଷ ଭାବରେ ମାରୱାଡି ସମାଜର ମହିଳା ଓ ପୁରୁଷ ଯୁବତୀ ଯୁବକ ମାନେ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ଧ୍ୱଜା ଧରି ଶୃଙ୍ଖଳିତ ଭାବେ ପରିକ୍ରମା ବୋହୁ ସଂଖ୍ୟାରେ ଯୋଗଦେଇଥିଲେ | ଲକ୍ଷ୍ମୀନାରାୟଣ ମନ୍ଦିରରେ ଦିନ ତମାମ ହନୁମାନ ଚାଳିଶା ପାଠ ଚାଲିବ ଏବଂ ସନ୍ଧ୍ୟାରେ ସୁନ୍ଦରକାଣ୍ଡ ପାଠ ପରିବେଷଣ କରାଯିବ | ଯାଜପୁର ରୋଡ଼ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଶୋଭାଯାତ୍ରାକୁ ଠିକଭାବେ ପରିଚାଳନା କରିଥିଲେ | ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରେ ଶୋଭାଯାତ୍ରୀ ମାନଙ୍କୁ ଥଣ୍ଡା ପାନୀୟ ପିଇବା ପାଣି ଏବଂ ସର୍ବତ ବଣ୍ଟନ କରାଯାଇଥିଲା |ସମଗ୍ର ସହର ହନୁମାନ ଙ୍କ ପତାକା ରେ ଶୋଭିତ ହୋଇଛି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking