25.1 C
Bhubaneswar
Saturday, February 7, 2026
Homeଓଡିଶାଯାଜପୁର ଜିଲ୍ଲାପାଳଙ୍କ କଳିଙ୍ଗନଗର ଗସ୍ତ: ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଯାଜପୁର ଜିଲ୍ଲାପାଳଙ୍କ କଳିଙ୍ଗନଗର ଗସ୍ତ: ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଯାଜପୁର: ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ରାମ୍ପିଲୋ ସ୍ଥିତ ତପୋବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଛାତ୍ରୀମାନଙ୍କ ଠାରୁ ପାଠ୍ୟକ୍ରମ ସମ୍ପର୍କରେ ପଚାରିବୁଝିବା ସହ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।ପରେ ଜିଲ୍ଲାପାଳ, ଦାନଗଦି ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁ ଯତ୍ନ ଅନୁଷ୍ଠାନ ଗସ୍ତ କରିଥିଲେ। ସେଠାରେ ରହୁଥିବା ଅନ୍ତେବାସୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବିଡ଼ିଓ, ଦାନଗଦିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।ଗତ କାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ- ଡୁବୁରୀ- ସୁକିନ୍ଦା (ଜାତୀୟ ରାଜପଥ-୫୩) ଚାଲୁଥିବା ରାସ୍ତା ନିର୍ମାଣର ଅଗ୍ରଗତି ଏବଂ ଏହା ସହିତ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ଏହା ସହିତ କଳିଙ୍ଗ ନଗର ଅଞ୍ଚଳରେ ବହୁଳ ମାତ୍ରାରେ ବ୍ୟବହୃତ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟକୁ ଯଥା ଶୀଘ୍ର ସାରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) ଶ୍ରୀ ସପନ କୁମାର ନନ୍ଦ, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ପୋଲିସ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ବିଭିନ୍ନ ଶିଳ୍ପସଂସ୍ଥା ପକ୍ଷରୁ ସିଏସ୍ଆର୍ ପାଣ୍ଠିରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଏବଂ ପଦକ୍ଷେପ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।ଏହା ସହିତ ଚଳିତ ବର୍ଷ ୨୦୨୫-୨୬ ରେ ସିଏସ୍ଆର୍ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ଶିଳ୍ପ ସଂସ୍ଥାର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ଯାଜପୁର ଜିଲ୍ଲା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳ ଅଧିନରେ ବସବାସ କରୁଥିବା ଅଧିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ତଥା ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଓ ପରିବେଶ ସୁରକ୍ଷା, ଦକ୍ଷତା ଓ ଆର୍ଥିକ ଅଭିବୃଦ୍ଧି ଆଦି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ବ୍ୟାସନଗର ସ୍ଥିତ ଟାଉନ୍ ହଲ୍ ଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (କଳିଙ୍ଗନଗର) ଶ୍ରୀ ସପନ କୁମାର ନନ୍ଦ, ବିଭିନ୍ନ ବିଭାଗର ଅଧିକାରୀ, ଦାନଗଦି ଓ ସୁକିନ୍ଦା ବ୍ଲକର ବିଡ଼ିଓ ଏବଂ ତହସିଲଦାରଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking