ଯାଜପୁର: ଯାଜପୁର ବ୍ଲକ ସୁଦର୍ଶନ ପାଢି ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ୨୦୨୬ ର ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯାଜପୁର ବିଧୟିକା ସୁଜାତା ସାହୁ ଯୋଗଦେଇ କ୍ୟାମ୍ପୋରୀକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହ ସେବାରେ ନିଯୋଜିତ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଭାରତ ସ୍କାଉଟ୍ ଗାଇଡର ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ଵର ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଜିଲ୍ଲା ଗାଇଡ କମିଶନର ସୁପ୍ରଭା ପରିଡା, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ, କବ୍ ଜିଲ୍ଲା କମିଶନର ଦେବିଲାଲ ମଲ୍ଲିକ, ଜିଲ୍ଲା କମିଶନର ସ୍କାଉଟ୍ ରବି ପ୍ରସାଦ ସାମଲ, ଜିଲ୍ଲା ମୁଖ୍ୟାଳୟ କମିଶନର ବିଶ୍ବମ୍ବର ମିଶ୍ର, ଜିଲା ଶାରିରିକ ଶିକ୍ଷା ଅଧିକାରୀ ସବିତା ନାୟକ ପ୍ରମୁଖ ଯୋଗ ଦେଇ ସ୍କାଉଟ୍ ଓ ଗାଇଡସ୍ ମାନଙ୍କୁ ସ୍ୱାସ୍ଥ୍ୟ, ଶ୍ରୁଙ୍ଖଳା ଏବଂ ସେବା ଶିକ୍ଷାରେ ପାରଙ୍ଗମ ହେବାକୁ ଆହ୍ଵାନ ଦେଇଥିଲେ। ଏହି ଉତ୍ସବରେ ଜିଲା ସଂଯୋଜକ ଅବିନାଶ ଖୁଣ୍ଟିଆଙ୍କ ନେତୃତ୍ବରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୬୯୬ ଜଣ ସ୍କାଉଟ୍ ଓ ଗାଇଡସ୍ ଛାତ୍ରଛାତ୍ରୀଙ୍କ ସମେତ ୫୭ ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ ମାନେ ଉପସ୍ଥିତ ଥିଲେ।










