22.1 C
Bhubaneswar
Friday, January 16, 2026
Homeଓଡିଶାବିଜେପିରେ ମିଶିଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ବିଜେପିରେ ମିଶିଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ଭୁବନେଶ୍ୱର: ଯାଜପୁରରେ ବିଜେଡିକୁ ପୁଣି ଝଟକା । ବିଜେପିରେ ମିଶିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା ବିଜେପିରେ ସାମିଲ ହୋଇଛନ୍ତି । ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ମଧ୍ୟ ପଦ୍ମ ଧରିଛନ୍ତି । ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପୂର୍ବତନ ସାଂସଦ ରୀତା ତରାଇ ବି ବିଜେପିରେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲାର ପ୍ରମୁଖ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ସୂଚନାଥାଉକି, ଆଜି ସକାଳେ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ନିଲମ୍ବିକ କରାଯାଇଛି । ଏନେଇ ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଚିଠି ଦିଆଯାଇଛି । ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ କେନ୍ଦୁଝର ବିଧାୟକ ସନାତନ ମହାକୁଡ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସଭାତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ । ବିଜେଡିରୁ ନେତାମାନଙ୍କୁ ବହିଷ୍କାର କରିବା ଏହା ଏକ ରାଜନୌତିକ ମହଲରେ ହଟଚମଟ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking