25.1 C
Bhubaneswar
Thursday, February 5, 2026
Homeଓଡିଶାରାଷ୍ଟ୍ରାୟତ ଧର୍ମଘଟକୁ ବ୍ୟାପକ କରିବାକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର ଯାଜପୁର ଜିଲ୍ଲା ସମ୍ମିଳନୀ 

ରାଷ୍ଟ୍ରାୟତ ଧର୍ମଘଟକୁ ବ୍ୟାପକ କରିବାକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର ଯାଜପୁର ଜିଲ୍ଲା ସମ୍ମିଳନୀ 

ଯାଜପୁର: ଆଜି ସ୍ଥାନୀୟ ରୟାଲକଳିଙ୍ଗ ଠାରେ ମିଳିତ କେନ୍ଦ୍ରୀୟଟ୍ରେଡ଼ ୟୁନିଅନ ପକ୍ଷରୁ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ପ୍ରଫୁଲ୍ଲ ନାୟକ, ସୁରେଶ ପ୍ରଧାନ ଙ୍କ ସଭାପତି ମଣ୍ଡଳୀ କୁ ନେଇ ଯାଜପୁର ଜିଲ୍ଲା ପକ୍ଷରୁ ଏକଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଉକ୍ତ ଶ୍ରମିକ ସମା ବେଶ ରେ ବିଶିଷ୍ଟ ଶ୍ରମିକ ନେତା ସଭା ପରିଚାଳନା କରି ଥିଲେ lଏଥିରେରାଜ୍ୟ କମିଟି ପକ୍ଷରୁ ଆଇ,ଏନ,ଟି, ୟୁ,ର ନାରାୟଣ ଚନ୍ଦ୍ର ନାୟକ ଏ, ଆଇ, ଟି, ୟୁ, ସି, ର କରୁଣାକର ମହାରଣା ସି, ଆଇ, ଟି, ୟୁ, ର ଉଲ୍ଲାସ ସ୍ୱାଇଁ ଓ ଏ, ଆଇ, ୟୁ, ଟି, ୟୁ, ସି ରାଜ୍ୟ ସମ୍ପାଦକ ଜୟସେନ ମେହେର, ପ୍ରମୁଖ ସମ୍ମିଳନୀ କୁ ଉଦବୋଧନ ଦେଇ କହିଲେ କେନ୍ଦ୍ର ର ମୋଦି ସରକାର ଶ୍ରମିକ, କର୍ମଚାରୀ ବିରୋଧୀ ୪ ଗୋଟି ଶ୍ରମକୋଡ଼ ତଥା ସମସ୍ତ ଶ୍ରମିକ ମାନଂକର ମାସିକ ସର୍ବନିମ୍ନ ମଜୁରୀ ଟ, ୨୬, ହଜାର ଦେବା, ସର୍ବନିମ୍ନ ପେନସନ ୯ ହଜାର, ରାଷ୍ଟ୍ରାୟତ ଉଦ୍ୟାଗ ଘରୋଇ କରଣ ବନ୍ଦ କରିବା ଏନ, ଏମ, ପି, ଯୋଜନା କୁ ବାତିଲ ସମେତ ୧୭ ଦଫା କୁ ନେଇ ଆସନ୍ତା ମଇ ୨୦ ରେ ହେବାକୁ ଥିବା ଦେଶ ବ୍ୟାପି ସାଧାରଣ ଧର୍ମଘଟ କୁ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଚଳ ରେ ସଫଳ ରୂପାୟନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଶ୍ରମିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ପରିଡା ଡ଼ ନିର୍ମଳ ଚନ୍ଦ୍ର ରଥ,ପଦ୍ମନାଭ ନାୟକ ରାଜକିଶୋର ମହାନ୍ତ,ମହିନ୍ଦ୍ର ମହାପାତ୍ର ବିଦ୍ୟାଧର ଯେନା ତ୍ରିଲୋଚନ ରାଉତ, ଓ ମନମୋଥ ରାୟ ଆଲୋଚନା ରେ ଅଂଶ ଗ୍ରହଣ କରିବା ଥିଲେ l ପରିଶେଷ ମାଳତୀ ହାଁସଦା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ସଭା ପ୍ରାରମ୍ଭ ରେ ପେଲେଲ ଗାଁ ରୁ ଆତତାୟୀ ଙ୍କ ଗୁଳିରେ ଓ ପାକିସ୍ତାନ ବିରୋଧ ରେ ଲଢ଼ି ସହିଦ ହୋଇଥିବା ବୀର ଯବାନ ମାନଙ୍କ ପାଇଁ ଏକ ଶୋକ ପ୍ରସ୍ତାବ ଆଗତକରାଯାଇଥିଲl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking