30.1 C
Bhubaneswar
Tuesday, February 3, 2026
Homeଓଡିଶାଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ 

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ 

ଯାଜପୁର: ଯାଜପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ନିର୍ଦ୍ଦେଶ ମତେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧୀର କୁମାର ସାହୁ ଙ୍କ ଉପସ୍ଥିତିରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏକ କୋଟି ଷାଠିଏ ଲକ୍ଷ ବୟାଳିଶ ହଜାର ଟଙ୍କାର ଅର୍ଥ ରାଶି ୨୧୦ ଜଣ ଶ୍ରମିକ ଙ୍କୁ ଡମି ଚେକ ମାଧ୍ୟମରେ ପ୍ରଦାନ କରାଯାଇଅଛି l ଉକ୍ତ ସହାୟତା ରାଶି ସିଧା ଶ୍ରମିକ ମାନଙ୍କ ଆକାଉଣ୍ଟ କୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଥିଲେ l ଆଜିର ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷା ସହାୟତା, ବିବାହ କାଳୀନ ସହାୟତା, ପ୍ରସୂତୀ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି ପ୍ରଦାନ କରାଯାଇଥିଲା l ଯେଉଁଥିରେ ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୪୧ ଜଣଙ୍କୁ ଶିକ୍ଷା ସହାୟତା ରାଶି ଆକାରରେ ଟ. ୪,୪୭,୦୦୦/-, ୯୦ ଜଣଙ୍କୁ ବିବାହ କାଳୀନ ସହାୟତା ରାଶି ଆକାରରେ ଟ.୪୪,୫୦,୦୦୦/-, ୯ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ରାଶି ଆକାରରେ ଟ. ୯୦,୦୦୦/-, ୩୭ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ଆକାରରେ ଟ. ୧,୦୫,୦୦,୦୦୦/- ଏବଂ ୩୧ ଜଣଙ୍କୁ ଅନ୍ତେଷ୍ଟି କ୍ରିୟା ସହାୟତା ରାଶି ଆକାରରେ ଟ. ୧,୫୫,୦୦୦/- ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ୨ ଜଣଙ୍କୁ ମୃତ୍ୟ କାଳୀନ ସହାୟତା ରାଶି ଆକାରରେ ଟ. ୪,୦୦,୦୦୦/- ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଅଛି। ଯୁଗ୍ମ ଶ୍ରମ ଆୟୁକ୍ତ, ଯାଜପୁର ରେଞ୍ଜ ଶ୍ରୀ ଶିବ ଶଙ୍କର ମିଶ୍ର ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ଯ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ସମ୍ପନ୍ନ ହୋଇଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking