26.1 C
Bhubaneswar
Saturday, June 28, 2025
Homeଓଡିଶାଯାଜପୁର ଝାଡାବାନ୍ତି: ୨ ମୃତ

ଯାଜପୁର ଝାଡାବାନ୍ତି: ୨ ମୃତ

ଯାଜପୁର: ଯାଜପୁର ଝାଡାବାନ୍ତି ଘଟଣା । ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତି  ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ଛୁଇଁଲା । ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି ।  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଡିଏମ ସୂଚନା ଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି   ୩ଟି ରାଜ୍ୟସ୍ତରୀୟ  ଟିମ ଜିଲ୍ଲାର ବିଭିନ୍ନ ହସ୍ପିଟାଲ  ଏବଂ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ।  ଏହି ଟିମରେ ଡାକ୍ତର , ମାଇକ୍ରୋ ବାୟୋଲୋଜିଷ୍ଟ , ଖାଦ୍ୟ ନିରାପତ୍ତା ଅଧିକାରୀ ରହିଛନ୍ତି । କଟକ ଏସସିବିରୁ ଆଉ ଏକ ଟିମ ପହଞ୍ଚିବା ସହିତ  ଜିଲ୍ଲା ସ୍ତରରେ ବି ମେଡିକାଲ ଟିମ ଗଠନ କରାଯାଇ ଆକ୍ରାନ୍ତଙ୍କର ଚିକିସଡା କରାଯାଉଛି । ଘରକୁ ଘର ବୁଲି ଔଷଧ ଦେଉଛନ୍ତି ଆଶାକର୍ମୀ ।  କେଉଁ ପରିସ୍ଥିତି ଝାଡାବାନ୍ତି ବ୍ୟାପିଲା ତାର ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking