ଯାଜପୁର : ଯାଜପୁର ହଇଜା ଘଟଣାରେ ଅନୁଧ୍ୟାନ କରି ଫଏରିଲା କେନ୍ଦ୍ରୀୟ ଟିମ । ସ୍ୱାସ୍ଥ୍ୟ ବିଭାଗ ସହ ୧୪ ଜଣିଆ କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି । ଯାଜପୁରରେ କଲେରା ବ୍ୟାପିଥିବା ସ୍ପଷ୍ଟ କରିଛି କେନ୍ଦ୍ରୀୟ ଟିମ । କେସ ଲୋଡକୁ ଅନୁଧ୍ୟାନ କରାଯାଉଛି, ଡାଇରିଆ ମାମଲା ବି ଅଛି । ଆମେ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଛୁ । ଭିବ୍ରିଓ କଲେରା ବ୍ୟାକ୍ଟରିଆ ଓ ଅନ୍ୟ କିଛି କାରଣରୁ ବ୍ୟାପୁଛୁ । ପାଣ୍ଡେମିକ ନୁହେଁ ଏବେ ଏଣ୍ଡେମିକ ଷ୍ଟେଜରେ ହିଁ ରହିଛି । ଟିକେ ଅଧିକ ବ୍ୟାପିଛି, ସ୍ୱଚ୍ଛତା ନେଇ ପରାମର୍ଶ ଦିଆଯାଇଛି ା