26.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଟ୍ରମ୍ପଙ୍କ ଶପଥରେ ଯୋଗ ଦେବେ ଜୟଶଙ୍କର

ଟ୍ରମ୍ପଙ୍କ ଶପଥରେ ଯୋଗ ଦେବେ ଜୟଶଙ୍କର

ୱାଶିଂଗଟନ: ଆସନ୍ତା ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବେ। ଏହି ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଟ୍ରମ୍ପ-ଭାନ୍ସ ଉଦ୍‌ଘାଟନି କମିଟିର ନିମନ୍ତ୍ରଣ ଅନୁସାରେ ଏସ୍.ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ତାଙ୍କ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ନୂତନ ଆମେରିକା ପ୍ରଶାସନର ପ୍ରତିନିଧୀ ତଥା ଅନ୍ୟ ଆନ୍ତର୍ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହି ଶପଥ ସମାରୋହରେ ଜୟଶଙ୍କର ସାମିଲ ହେବା ଓ ତାଙ୍କର ଏହି ଗସ୍ତ ଭାରତ ଏବଂ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।

ଶପଥ ଗ୍ରହଣ ଉତ୍ସବ ଜାନୁଆରି ୨୦ରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିୟର ଡେ’ ସହିତ ପାଳନ କରାଯିବ। ଡୋନାଲ୍ଡ ଟ୍ରମ୍ପ ୪୭ତମ ଥର ଏବଂ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏଥର ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ଅନେକ ଭାରତୀୟଙ୍କୁ ସ୍ଥାନ ମିଳିଛି।

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳରେ ଟ୍ରମ୍ପ୍‌ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍‌ଙ୍କୁ ପରାସ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking