25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଲଣ୍ଡନ୍ ମାଟିରୁ ବର୍ଷିଲେ ଜୟଶଙ୍କର

ଲଣ୍ଡନ୍ ମାଟିରୁ ବର୍ଷିଲେ ଜୟଶଙ୍କର

ଲଣ୍ଡନ୍‌: “ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) “ଅଖଣ୍ଡ କାଶ୍ମୀରର ଚୋରି ହୋଇଥିବା ଏକ ଅଂଶ’। ପ୍ରଥମେ ଏହାକୁ ଫେରାଇଦିଆଯାଉ। ତା’ ପରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା କାଶ୍ମୀର ବିବାଦର ସମାଧାନ ହେବ।” ପିଓକେ ଏବଂ କାଶ୍ମୀର ବିବାଦ ପ୍ରସଙ୍ଗରେ ଉଲ୍ଲେଖ କରି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ଲଣ୍ଡନ୍‌ରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି। ଜୟଶଙ୍କର ସିଧାସଳଖ ପାକିସ୍ତାନର ନାମ ଉଚ୍ଚାରଣ କରିନଥିଲେ ମଧ୍ୟ ଏହା ସ୍ପଷ୍ଟ ଏବଂ ସିଧାସଳଖ ଭାବେ ପାକିସ୍ତାନକୁ ହିଁ ସମାଲୋଚନା ବୋଲି କୁହାଯାଉଛି।

ବୁଧବାର ଲଣ୍ଡନର ଚାଥାମ୍ ହାଉସରେ ଚାଥାମ ହାଉସ ନିର୍ଦ୍ଦେଶକ ଏବଂ ସିଇଓ ବ୍ରୋନୱେନ ମାଡକ୍ସଙ୍କ ସହ ଏକ ଆଲୋଚନା ଚକ୍ର ବା ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେଇଥିଲେ। ଏହି ଅବସରରେ ସେ ନିଜ ସମ୍ବୋଧନ ରଖି ଜୟଶଙ୍କର କହିଛନ୍ତି ଯେ, “କାଶ୍ମୀରରେ ଧାରା ୩୭୦ ହଟାଇବା ପ୍ରଥମ ପଦକ୍ଷେପ ଥିଲା, ଏଠାରେ ଅଭିବୃଦ୍ଧି ଏବଂ ଆର୍ôଥକ କାର୍ଯ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନଃସ୍ଥାପନ କରିବା ଦ୍ୱିତୀୟ ପଦକ୍ଷେପ ଥିଲା, ଏବଂ ଅଧିକ ଭୋଟଦାନ ସହିତ ନିର୍ବାଚନ ଆୟୋଜନ ତୃତୀୟ ପଦକ୍ଷେପ ଥିଲା। ମୁଁ ଭାବୁଛି ଯେ ଆମେ ଯେଉଁ ଅଂଶ ପାଇଁ ଅପେକ୍ଷା କରିଛୁ ତାହା ହେଉଛି କାଶ୍ମୀରର ଚୋରି ହୋଇଥିବା ଅଂଶକୁ ଫେରାଇ ଆଣିବା। ଯେତେବେଳେ ଏହା ହୋଇଯିବ ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ, କାଶ୍ମୀର ବିବାଦର ସମାଧାନ ଆପଣାଛାଏ ହୋଇଯିବ।”

ଅନ୍ୟପକ୍ଷେ ଜୟଶଙ୍କରଙ୍କ ବୟାନ ଉପରେ ପାକିସ୍ତାନ ମଧ୍ୟ ପ୍ରତିକ୍ରିୟା ରଖିଛି। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଶଫକତ ଅଲି ଖାନ କହିଛନ୍ତି, “ଆଜାଦ୍ ଜମ୍ମୁ କାଶ୍ମୀର ବିଷୟରେ ଭିତ୍ତିହୀନ ଦାବି କରିବା ପରିବର୍ତ୍ତେ, ଭାରତ ଗତ ୭୭ ବର୍ଷ ଧରି ନିଜ ଦଖଲ ଅଧୀନରେ ଥିବା ଜମ୍ମୁ କାଶ୍ମୀରର ବିଶାଳ ଅଞ୍ଚଳକୁ ଖାଲି କରିବା ଉଚିତ୍‌। ପ୍ରାସଙ୍ଗିକ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବରେ କୁହାଯାଇଛି ଯେ ଜାତିସଂଘ ତତ୍ତ୍ୱାବଧାନରେ ଏକ ମୁକ୍ତ ଏବଂ ନିରପେକ୍ଷ ଜନମତ ମାଧ୍ୟମରେ ଜମ୍ମୁ କାଶ୍ମୀରର ଚୂଡ଼ାନ୍ତ ସ୍ଥିତି ନିର୍ଣ୍ଣୟ କରାଯିବା ଉଚିତ। ଭାରତର ପ୍ରବୃତ୍ତି ଏହି ବାସ୍ତବତାକୁ ପରିବର୍ତ୍ତନ କରିପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking