31.1 C
Bhubaneswar
Wednesday, February 11, 2026
Homeଓଡିଶାନବୀନଙ୍କୁ ଜୟଙ୍କ କଡା ଜବାବ

ନବୀନଙ୍କୁ ଜୟଙ୍କ କଡା ଜବାବ

ଭୁବନେଶ୍ୱର: ରାଜେନ୍ଦ୍ର ଢୋଲକିଆ  ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ ପାଇଁ ଆସିଛନ୍ତି ନୂଆପଡା । ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ଜୟ ଢୋଲକିଆ  ଗତକାଲି ନୂଆପଡାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ନବୀନ ବିଜେପିକୁ ସମାଲୋଚନା କରିବା ସହ ଜୟଙ୍କୁ ନିଶାନା   ମଧ୍ୟ କରିଥିଲେ । ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଯାହାର ଜବାବ ଦେବା ସହିତ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ । ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ  ସଂଘର୍ଷ କରୁଥିଲେ  ସେତେବେଳେ ସେ ଥରେ ବି ଦେଖିବାକୁ  ଆସିନଥିଲେ ।ଏମିତି ପୋନ କଲ କରି କଥା ବି ହୋଇନଥିଲେ। ଏକାଦଶାହ କାର୍ଯ୍ୟକ୍ରମକୁ ମଧ୍ୟ ଆସିନଥିଲେ। ତାଙ୍କ ରଣନୀତି କଣ ଥିବ ସେଥିପାଇଁ   ନବୀନ ଏଥିପାଇଁ କହିଥାଇପାରନ୍ତି  ନୂଆପଡାବାସୀ ସବୁ କଥା ଭଲ  ବାବରେ ବୁଝିଛନ୍ତି ବୋଲି କହିଛନ୍ତି ଜୟ । ସେପଟେ ଜୟଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।  ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱାସ୍ଥ୍ୟାବସ୍ଥା  କଥା ବୁଝିଥିଲେ ନବୀନ ବାବୁ ।  ତାଙ୍କ ମୃତ୍ୟୁ ପରେ ସ୍ୱତନ୍ତ୍ର ଫ୍ଲାଇଟରେ ନୂଆପଡା କୁ ମରଶରୀରର ଆସିବାର ବ୍ୟବସ୍ଥା କରାଇଥିଲେ ।  ଏବେ ଜୟଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ପଛରେ  ଡିଲ ହୋଇଥିବା ଅଭିଯୋଗ ଲଗାଇଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking