23.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଆମେରିକା ସିନେଟରେ ଶୁଭିଲା 'ଜୟ ଶ୍ରୀକୃଷ୍ଣ' : ଭିଡିଓ ଭାଇରାଲ

ଆମେରିକା ସିନେଟରେ ଶୁଭିଲା ‘ଜୟ ଶ୍ରୀକୃଷ୍ଣ’ : ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ କାଶ ପଟେଲଙ୍କୁ ଏଫବିଆଇ ମୁଖ୍ୟ ପଦ ପାଇଁ ମନୋନୀତ କରିଛନ୍ତି । ପଟେଲ ତାଙ୍କ ପିତାମାତା ଏବଂ ଭଉଣୀଙ୍କୁ ‘ଜୟ ଶ୍ରୀକୃଷ୍ଣ’ କହି ଶୁଭେଚ୍ଛା ଜଣାଇଥିଲେ ।ସିନେଟରେ କାଶ ପଟେଲ କହିଛନ୍ତି ଯେ ତାଙ୍କ ପିତାମାତା କାନାଡାରୁ ଉଗାଣ୍ଡା ଆସିଥିଲେ ଏବଂ ବିବାହ ବିଷୟରେ ମଧ୍ୟ କହିଥିଲେ।ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବା ପରେ ଏଫବିଆଇ ମୁଖ୍ୟ ପଦ ପାଇଁ କାଶ ପଟେଲଙ୍କ ନାମ ରଖିଥିଲେ । ଏହି ପରିପ୍ରେକ୍ଷୀରେ ସେ ସିନେଟ୍ ର ଉଚ୍ଚକ୍ଷମତାସମ୍ପନ୍ନ କମିଟି ଆଗରେ ହାଜର ହୋଇଥିଲେ । କାଶ ପଟେଲଙ୍କ ନାଁ କଶ୍ୟପ ପଟେଲ । ତାଙ୍କ ପିତାମାତା ୧୯୭୦ ଦଶକରେ ଉଗାଣ୍ଡାରୁ କାନାଡା କୁ ଚାଲି ଆସିଥିଲେ । ସେ କହିଛନ୍ତି ଯେ ଏଫବିଆଇ ଜନସାଧାରଣଙ୍କ ବିଶ୍ୱାସ ହରାଇଛି ଏବଂ ଯଦି ସେ ଏଜେନ୍ସିର ନିର୍ଦ୍ଦେଶକ ହୁଅନ୍ତି, ତେବେ ସେ ଉପଯୁକ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବେ । ନଭେମ୍ବରରେ କ୍ରିଷ୍ଟୋଫର ୱାରେଙ୍କ ସ୍ଥାନରେ କାଶ ପଟେଲଙ୍କୁ ଚୟନ କରାଯାଇଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking