ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କରାଯାଇଛି । ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଧିବଦ୍ଧ ଭାବେ ଘୋଷଣା କଲା ବିଜେପି ା ଆସନ୍ତାକାଲି ନାମାଙ୍କନ ଭରିବେ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ଢୋଲକିଆ । ସୂଚନାଥାଉକି, କିଛି ଦିନ ପୂର୍ବରୁ ଜୟ ଢୋଲକିଆ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଥିଲେ । କଂଗ୍ରେସ, ବିଜେପି ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ କାହାକୁ କରିବ ବିଜେଡି ପ୍ରାର୍ଥୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ନୂଆପଡାରେ କେଉଁ ଦଳ ବାଜିମାତ ମାରିବ ତାହାକୁ ମଧ୍ୟ ଅପେକ୍ଷା କରିଛନ୍ତି ଜନତା ।










